ଆଜି ମହାନଦୀ ଜଳ ବିବାଦର ଶୁଣାଣି, ଟେକ୍ନିକାଲ କମିଟିର ଅଗ୍ରଗତି ରିପୋର୍ଟ ଉପରେ ରହିବ ନଜର

Sep 28, 2026 - 12:10
ଆଜି ମହାନଦୀ ଜଳ ବିବାଦର ଶୁଣାଣି, ଟେକ୍ନିକାଲ କମିଟିର ଅଗ୍ରଗତି ରିପୋର୍ଟ ଉପରେ ରହିବ ନଜର

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଶୁଣାଣି ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହେବ । ଅପରାହ୍ନ ୩ଟା ୩୦ରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । 

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଶୁଣାଣି ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହେବ । ଅପରାହ୍ନ ୩ଟା ୩୦ରେ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । ଟେକ୍ନିକାଲ କମିଟିର ଅଗ୍ରଗତି, ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ବିନିମୟ ଏବଂ ମହାନଦୀ ଜଳ ବଣ୍ଟନ ନେଇ ପ୍ରସ୍ତାବିତ ବ୍ୟବସ୍ଥା ଉପରେ ଆଜିର ଶୁଣାଣିରେ ଗୁରୁତ୍ୱ ରହିବ ।

ସେପ୍ଟେମ୍ବର ୧୭ରେ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ Expanded Technical Committee ପକ୍ଷରୁ ମହାନଦୀ ଜଳ ବିବାଦ ସମ୍ପର୍କିତ ଆଲୋଚନାର ଅଗ୍ରଗତି ନେଇ ଏକ ରିପୋର୍ଟ ଦାଖଲ ହୋଇଥିଲା । ଟ୍ରିବ୍ୟୁନାଲ ଏହି ରିପୋର୍ଟକୁ ରେକର୍ଡଭୁକ୍ତ କରିଥିଲେ ।

ଟେକ୍ନିକାଲ କମିଟିକୁ ଓଡ଼ିଶା ଓ ଛତିଶଗଡ଼ରେ ବର୍ତ୍ତମାନ, ଚାଲୁଥିବା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ଜଳ ବ୍ୟବହାରର ତଥ୍ୟ ସଂଗ୍ରହ, ଯାଞ୍ଚ ଓ ମୂଲ୍ୟାୟନ କରିବାକୁ ଦାୟିତ୍ୱ ଦିଆଯାଇଛି । ଏଥିସହ ମହାନଦୀ ଜଳର ଯୁକ୍ତିସଙ୍ଗତ ଓ ସମାନ ବଣ୍ଟନ ପାଇଁ ସୁପାରିସ, ଜଳ ଅଭାବ ଓ ଅତିରିକ୍ତ ଜଳ ବଣ୍ଟନ ପାଇଁ ବ୍ୟବହାରିକ ସୂତ୍ର ଏବଂ ଭବିଷ୍ୟତରେ ଜଳ ବଣ୍ଟନ ଓ ତଥ୍ୟ ଆଦାନପ୍ରଦାନ ପାଇଁ ଏକ ପ୍ରତିଷ୍ଠାନଗତ ବ୍ୟବସ୍ଥା ସମ୍ପର୍କରେ ସୁପାରିସ କରିବା ମଧ୍ୟ କମିଟିର କାର୍ଯ୍ୟପରିସରରେ ରହିଛି । ସେପ୍ଟେମ୍ବର ୭ରେ କମିଟିର ଦ୍ୱିତୀୟ ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ପୂର୍ବରୁ ବିନିମୟ ହୋଇଥିବା ତଥ୍ୟରେ ସଂଶୋଧନ, ସୁଧାର ଏବଂ ଅତିରିକ୍ତ ତଥ୍ୟର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା । ପରେ ଉଭୟ ରାଜ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ବିନିମୟ ହୋଇସାରିଥିବା କଥା ଟ୍ରିବ୍ୟୁନାଲକୁ ଜଣାଇଥିଲେ ଉଭୟ ପକ୍ଷର ଆଇନଜୀବୀ ।

ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, Technical Committeeର Member Secretary ଆଶିଷ ବାନାର୍ଜୀଙ୍କୁ ଆଜି ସୁଦ୍ଧା କମିଟିର ଆଲୋଚନା ଓ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ତେଣୁ ଆଜିର ଶୁଣାଣିରେ ଟେକ୍ନିକାଲ କମିଟିର ଅଗ୍ରଗତି ଓ ପରବର୍ତ୍ତୀ ପଦକ୍ଷେପ ଉପରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଗୁରୁତ୍ୱ ବହନ କରିବ । 

What's Your Reaction?

like

dislike

love

funny

angry

sad

wow