ଇଟାଲୀରେ ମେଲୋନି ସରକାର ବିରୋଧରେ ଆନ୍ଦୋଳନ ତେଜିଲା

Oct 31, 2026 - 15:09
ଇଟାଲୀରେ ମେଲୋନି ସରକାର ବିରୋଧରେ ଆନ୍ଦୋଳନ ତେଜିଲା

ଇଟାଲୀରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ବିରୋଧରେ ଜୋରଦାର ଜନବିକ୍ଷୋଭ ଦେଖିବାକୁ ମିଳିଛି । ମେଲୋନି ଇସ୍ତଫା ଦେବାପାଇଁ ବିରୋଧୀମାନେ ଚାପ ପ୍ରୟୋଗ କରୁଛନ୍ତି

ଇଟାଲୀରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ବିରୋଧରେ ଜୋରଦାର ଜନବିକ୍ଷୋଭ ଦେଖିବାକୁ ମିଳିଛି ।  ମେଲୋନି ଇସ୍ତଫା ଦେବାପାଇଁ ବିରୋଧୀମାନେ ଚାପ ପ୍ରୟୋଗ କରୁଛନ୍ତି।  ଦେଶର ୫୦ରୁ ଅଧିକ ସହରରେ ହଜାର ହଜାର ଶ୍ରମିକ, ଛାତ୍ରଛାତ୍ରୀ ଓ କୃଷକ ରାସ୍ତାକୁ ଓହ୍ଲାଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି ।  ଦରଦାମ ବୃଦ୍ଧି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ସରକାରୀ ସେବା ଏବଂ ସାମରିକ ଖର୍ଚ୍ଚ ବୃଦ୍ଧିକୁ ନେଇ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।

ଦେଶବ୍ୟାପୀ ୨୪ ଘଣ୍ଟିଆ ସାଧାରଣ ଧର୍ମଘଟ ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।  ଶ୍ରମିକ ସଂଗଠନ ‘ୟୁନିଓନେ ସିଣ୍ଡାକାଲେ ଦି ବାସେ’ଏହି ଆନ୍ଦୋଳନର ନେତୃତ୍ବ ନେଉଛି । ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି ଦରଦାମ ନିୟନ୍ତ୍ରଣ ଓ ଶ୍ରମିକଙ୍କ ଦରମା ବୃଦ୍ଧି।  ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ସରକାରୀ ନିବେଶ ।  ଯୁବପିଢ଼ିଙ୍କ ପାଇଁ  ରୋଜଗାର ଓ ଆବାସ ସୁବିଧା।  ସାମରିକ ଖର୍ଚ୍ଚ ହ୍ରାସ ଓ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅସ୍ତ୍ର ପଠାଇବାରେ ବନ୍ଦରଗୁଡ଼ିକର ବ୍ୟବହାର ବନ୍ଦ କରିବା ଦାବି ରହିଛି ।

୫୦ରୁ ଅଧିକ ସହରରେ ପ୍ରତିବାଦ
ବିରୋଧୀ ଦଳମାନେ ଇଟାଲିର ୫୦ରୁ ଅଧିକ ସହରରେ ଏକକାଳୀନ ଆନ୍ଦୋଳନ କରୁଛନ୍ତି ।  ମିଲାନ, ରୋମ୍, ତୁରିନ୍, ନାପଲ୍ସ, ବୋଲୋନିଆ, ଜେନୋଆ ସମେତ ବିଭିନ୍ନ ସହରରେ ବିକ୍ଷୋଭ ହୋଇଛି । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ଶ୍ରମିକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ତୁରିନ୍ ସହରରେ କୃଷକମାନେ ରାସ୍ତାରେ ଗୋବର ଢାଳି ପ୍ରତିବାଦ କରିଥିଲେ । ନାପଲ୍ସରେ କିଛି ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଫଟୋ ପୋଡ଼ିଥିବା ବେଳେ ମିଲାନରେ ସରକାର ବିରୋଧୀ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଲୋକେ ଶୋଭାଯାତ୍ରା କରିଥିଲେ । 

What's Your Reaction?

like

dislike

love

funny

angry

sad

wow