ଇନଷ୍ଟାଗ୍ରାମରେ ବଡ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଥମ ବିଶ୍ୱନେତା ଭାବରେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଇନଷ୍ଟାଗ୍ରାମରେ ୧୦୦ ନିୟୁତ ଅନୁସରଣକାରୀ ହୋଇଛନ୍ତି ଅତିକ୍ରମ। ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବରେ ସେ ପ୍ରତିଷ୍ଠା କରିଛନ୍ତି ରେକର୍ଡ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ସକ୍ରିୟ ରହିଥିବାବେଳେ ଗତ ଦଶ ବର୍ଷ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ପାଲଟିଛି ମୋଦି ଙ୍କ ଆକାଉଣ୍ଟ। ତାଙ୍କର ଅନୁସରଣକାରୀ ସଂଖ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପେକ୍ଷା ଦ୍ୱିଗୁଣିତ। ବର୍ତ୍ତମାନ ଏହି ତାଲିକାରେ ୪୩.୨ ନିୟୁତ ଅନୁସରଣକାରୀ ସହ ଦ୍ୱିତୀୟରେ ରହିଛନ୍ତି ଟ୍ରମ୍ପ ।ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶ୍ୱର ଶ୍ରେଷ୍ଠ ୫ ବଡ ନେତାଙ୍କ ଇନଷ୍ଟା ଅନୁସରଣକାରୀଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ହୋଇପାରିବନି ମୋଦୀଙ୍କ ସମକକ୍ଷ।ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଅନୁସରଣକାରୀ ସଂଖ୍ୟା ୧୫ ନିୟୁତ ହୋଇଥିବାବେଳେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅନୁସରଣକାରୀ ସଂଖ୍ୟା ୧୪.୪ ନିୟୁତ , ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନ୍ ଙ୍କ ଅନୁସରଣକାରୀ ସଂଖ୍ୟା ୧୧.୬ ନିୟୁତ ,ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ଅନୁସରଣକାରୀ ରହିଛନ୍ତି ମୋଟ୍ ୬.୪ ନିୟୁତ ।ମୋଦୀଙ୍କ ପରେ ଭାରତରେ ଦ୍ୱିତୀୟରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ,ତାଙ୍କର ଅନୁସରଣକାରୀ ସଂଖ୍ୟା ୧୬.୧ ନିୟୁତ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨.୬ ନିୟୁତ ରହିଛନ୍ତି ଅନୁସରଣକାରୀ ।
What's Your Reaction?