ଇରାନର ମାଇନ୍‌ ହଟାଇଲା ଆମେରିକା! ପୁଣି ଖୋଲିଲା ହରମୁଜ ଜଳପଥ?

Aug 28, 2026 - 14:30
 0  0
ଇରାନର ମାଇନ୍‌ ହଟାଇଲା ଆମେରିକା! ପୁଣି ଖୋଲିଲା ହରମୁଜ ଜଳପଥ?

ହରମୁଜ ପ୍ରଣାଳୀକୁ ନେଇ ବଡ଼ ଦାବି କଲା ଆମେରିକା । ସମୁଦ୍ରରେ ଇରାନ ବିଛାଇଥିବା ସମସ୍ତ ମାଇନ୍‌କୁ ସଫା କରାଯାଇଥିବା ଦାବି କରିଛି ଆମେରିକୀୟ ସେନା । ଏହା ସହିତ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ପୁଣି ଜାହାଜ ଚଳାଚଳ ପାଇଁ ସୁରକ୍ଷିତ ବୋଲି କହିଛି ଆମେରିକା।

ହରମୁଜ ପ୍ରଣାଳୀକୁ ନେଇ ବଡ଼ ଦାବି କଲା ଆମେରିକା । ସମୁଦ୍ରରେ ଇରାନ ବିଛାଇଥିବା ସମସ୍ତ ମାଇନ୍‌କୁ ସଫା କରାଯାଇଥିବା ଦାବି କରିଛି ଆମେରିକୀୟ ସେନା । ଏହା ସହିତ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ପୁଣି ଜାହାଜ ଚଳାଚଳ ପାଇଁ ସୁରକ୍ଷିତ ବୋଲି କହିଛି ଆମେରିକା । ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ତଥା ମଧ୍ୟପ୍ରାଚ୍ୟ ପାଇଁ ନିୟୋଜିତ ଶୀର୍ଷ କମାଣ୍ଡର ଆଡମିରାଲ ବ୍ରାଡ୍ କୁପର ଏନେଇ ସୂଚନା ଦେଇଛନ୍ତି । ଗୁରୁବାର ରାତିରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଗତ କିଛି ମାସ ଧରି ଆମେରିକୀୟ ନୌସେନାର ଡାଇଭର, ସିଲ୍ସ ଏବଂ ବିମାନ ସହାୟତାରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମାଇନ୍‌ଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ଫଳରେ ହରମୁଜ ପ୍ରଣାଳୀ ଏବେ ସାଧାରଣ ଜାହାଜ ଚଳାଚଳ ପାଇଁ ପୁଣି ଖୋଲା ଓ ସୁରକ୍ଷିତ ହୋଇଥିବା ଆମେରିକା ଦାବି କରିଛି । 

ହରମୁଜ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?

ହରମୁଜ ପ୍ରଣାଳୀ ହେଉଛି ବିଶ୍ୱର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ। ଏହି ରାସ୍ତା ଦେଇ ବହୁ ପରିମାଣରେ ଅଶୋଧିତ ତେଲ, ପ୍ରାକୃତିକ ଗ୍ୟାସ ଏବଂ ସାର ପରିବହନ ହୋଇଥାଏ। ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରେ ଏହି ଜଳପଥରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବା ଦାବି କରାଯାଇଛି। ତେଣୁ ମାଇନ୍‌ ହଟାଯିବା ନେଇ ଆମେରିକାର ଦାବିକୁ ବିଶ୍ୱ ବାଣିଜ୍ୟ ଏବଂ ତେଲ ଯୋଗାଣ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି।

ମାଇନ୍‌କୁ ନେଇ ରହିଛି ମତଭେଦ

ତେବେ ହରମୁଜରୁ ସମସ୍ତ ମାଇନ୍‌ ହଟିଛି କି ନାହିଁ, ତାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା। ଆମେରିକାର କିଛି ସହଯୋଗୀ ଦେଶର ଆକଳନ ଅନୁସାରେ, ଇରାନ ପ୍ରାୟ ୮୦ରୁ ୧୫୦ଟି ମାଇନ୍‌ ବିଛାଇଥାଇପାରେ ଏବଂ ସମସ୍ତ ମାଇନ୍‌ ସଫା ହୋଇନଥିବା ସନ୍ଦେହ ପ୍ରକାଶ କରାଯାଇଥିଲା। ହେଲେ ଆମେରିକା ଅଧିକାରୀମାନେ ଏହି ଆକଳନକୁ ପୁରୁଣା ସୂଚନା ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।

ଅନ୍ୟପଟେ ଆମେରିକାର ଟ୍ରେଜରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ଗତ ୧୪ ଦିନ ମଧ୍ୟରେ ଆମେରିକାର ତତ୍ତ୍ୱାବଧାନରେ ହରମୁଜ ଦେଇ ପ୍ରାୟ ୧୩୦ ନିୟୁତ ବ୍ୟାରେଲ ଅଶୋଧିତ ତେଲ ସୁରକ୍ଷିତ ଭାବେ ପରିବହନ ହୋଇଛି।
???????? ଇରାନର ଦାବି କଣ?

ଅନ୍ୟପଟେ ଇରାନ ମଧ୍ୟ ହରମୁଜ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ରହିଥିବା ଦାବି କରିଛି। ଏହା ସହ ଓମାନ ସହ ରାଜସ୍ୱ ଭାଗବଣ୍ଟାକୁ ନେଇ ଚୁକ୍ତି କରିଥିବା ମଧ୍ୟ ଇରାନ ପକ୍ଷରୁ କୁହାଯାଇଛି। ତେଣୁ ଗୋଟିଏପଟେ ହରମୁଜ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଆମେରିକାର ଦାବି, ଅନ୍ୟପଟେ ଜଳପଥ ଉପରେ ନିଜ ନିୟନ୍ତ୍ରଣ ଥିବା ଇରାନର ଦାବି ଏହାରି ଭିତରେ ହରମୁଜକୁ ନେଇ ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଉତ୍ତେଜନା ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow