ଥରିଲା ସିଚୁଆନ୍‌, ଚୀନ୍‌ରେ ୫.୧ ତୀବ୍ରତାର ଭୂମିକମ୍ପ!

Aug 28, 2026 - 14:28
 0  0
ଥରିଲା ସିଚୁଆନ୍‌, ଚୀନ୍‌ରେ ୫.୧ ତୀବ୍ରତାର ଭୂମିକମ୍ପ!

ଚୀନ୍‌ରେ ଭୂମିକମ୍ପର ଝଟକା। ୫.୧ ତୀବ୍ରତାର ଭୂମିକମ୍ପରେ ଥରିଲା ସିଚୁଆନ୍‌ ପ୍ରଦେଶର କିଛି ଅଞ୍ଚଳ । ଚୀନ୍‌ର ସରକାରୀ ଖବର ସଂସ୍ଥା ସିନହୁଆର ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । 

 ଚୀନ୍‌ରେ ଭୂମିକମ୍ପର ଝଟକା। ୫.୧ ତୀବ୍ରତାର ଭୂମିକମ୍ପରେ ଥରିଲା ସିଚୁଆନ୍‌ ପ୍ରଦେଶର କିଛି ଅଞ୍ଚଳ । ଚୀନ୍‌ର ସରକାରୀ ଖବର ସଂସ୍ଥା ସିନହୁଆର ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍‌ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ବେଜିଂ ସମୟ ଦିନ ୧ଟା ୧୩ ମିନିଟ୍‌ରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି । ତେଣୁ ନିକଟବର୍ତ୍ତୀ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥାଇପାରେ । 

ଲଙ୍ଗଚାଙ୍ଗ ସହର ସିଚୁଆନ୍‌ ବେସିନରେ ଅବସ୍ଥିତ । ଏହି ଅଞ୍ଚଳ ସିଚୁଆନ୍‌ ଓ ଏହାର ଆଖପାଖ ଅଞ୍ଚଳକୁ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ର ଭାବେ ମଧ୍ୟ ଜଣାଶୁଣା । ତେବେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି, କେହି ମୃତାହତ ହୋଇଛନ୍ତି କି ନାହିଁ କିମ୍ବା ପରବର୍ତ୍ତୀ ଝଟକାର ସମ୍ଭାବନା ରହିଛି କି ନାହିଁ, ସେନେଇ ଚୀନ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାଏଁ କୌଣସି ବିସ୍ତୃତ ସୂଚନା ମିଳିନାହିଁ ।

What's Your Reaction?

like

dislike

love

funny

angry

sad

wow