ଇସ୍ପାତ ରାଜଧାନୀ ହେବ ଯାଜପୁର ଜିଲ୍ଲା

ଇସ୍ପାତ ରାଜଧାନୀ ହେବ ଯାଜପୁର ଜିଲ୍ଲା । ଏଥିଲାଗି ହେବ ଏକ ଲକ୍ଷ କୋଟି ପୁଞ୍ଜି ନିବେଶ । ଯାହାଦ୍ୱାରା ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି । ପ୍ରଶାସନିକ ଭବନ ପଡିଆରେ ଅନୁଷ୍ଠିତ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳାକୁ ଉଦ୍ଘାଟନ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ଥିବା ଯାଜପୁର ଜିଲ୍ଲାର ବିକାଶକୁ ନୂତନ ବିଜେପି ସରକାର ଗୁରୁତ୍ୱ ଦେଇ ହଜାର କୋଟି ଟଙ୍କାର ପ୍ରକଳ୍ପକୁ କରିଛନ୍ତି ଶିଳାନ୍ୟାସ । ଯାଜପୁର ଜିଲ୍ଲା ଲାଗି ସମୁଦାୟ ୮୨୯ କୋଟିରୁ ଅଧିକ ଟଙ୍କାର ୮୩ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ କରାଯାଇଛି ଭିତ୍ତିପ୍ରସ୍ତର ସ୍ଥାପନ । ସେଥିମଧ୍ୟରୁ ୫୦ କୋଟି ଟଙ୍କାରେ ବ୍ୟୟ ରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ନିକଟସ୍ଥ ଧର୍ମଶାଳାର ସମ୍ପ୍ରସାରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍, ବ୍ୟାସ ନଗର ଉନ୍ନତି ଲାଗି ୭୮ କୋଟି ଟଙ୍କାର ବ୍ୟାସ ସରୋବର ଓ ଟାଉନ ହଲ ନିର୍ମାଣ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ ଓ ମାଙ୍କ ଜନ୍ମସ୍ଥାନ ବ୍ରହ୍ମାକୁଣ୍ଡର ସୌନ୍ଦର୍ଯ୍ୟକରଣ ଭଳି ଅନେକ ଲୋକାଭିମୁଖୀ ପ୍ରକଳ୍ପ ହାତକୁ ନିଆଯାଇଛି।
What's Your Reaction?






