ଉତ୍ତର ପ୍ରଦେଶରେ ଜଟିଳ ହେବାରେ ଲାଗିଛି ବନ୍ୟାସ୍ଥିତି

Jul 14, 2024 - 14:05
 0  2
ଉତ୍ତର ପ୍ରଦେଶରେ ଜଟିଳ ହେବାରେ ଲାଗିଛି ବନ୍ୟାସ୍ଥିତି

ଉତ୍ତର ପ୍ରଦେଶରେ ଜଟିଳ ହେବାରେ ଲାଗିଛି ବନ୍ୟାସ୍ଥିତି । ଶାହଜହାଁପୁରରେ କମିଛି ବନ୍ୟା ପାଣି କିନ୍ତୁ ବିପଦ ସଂକେତ ଏବେବି ଜାରି ରହିଛି। ଅଯୋଧ୍ୟା-ପୀଲିଭୀତ ସମେତ ୧୭ଟି ଜିଲ୍ଲାର ୧୦ଲକ୍ଷରୁ ଅଧିକ ଲୋକ ହୋଇଛନ୍ତି ପ୍ରଭାବିତ । ପାଣିରେ ବୁଡ଼ି ୨ ଜଣ ଶିଶୁ ସମେତ ମୋଟ ୪ ଜଣଙ୍କର ହୋଇଛି ମୃତ୍ୟୁ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଦେଖାଯାଇଛି ବନ୍ୟା ପରିସ୍ଥିତି ।  ବନ୍ୟା ଯୋଗୁଁ ଅନେକ ଗାଁକୁ ଯାତାୟତ ଠପ୍‌ ହୋଇଯାଇଛି।ବରେଲିରେ ବହଗୁଲ ନଦୀ ଜଳସ୍ତର ବଢ଼ିବା କାରଣରୁ ଅନେକ ଗାଁ ଜଳାର୍ଣ୍ଣବ ହୋଇଛି। ବନବସା ବ୍ୟାରେଜରୁ ଜଳ ନିଷ୍କାସନ କରାଯାଇଛି। ପୀଲିଭୀତରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।ଫରୁଖାବାଦରେ ମଧ୍ୟ ରାମଗଂଗା ନଦୀ ବିପଦ ସଂକେତ ଅତିକ୍ରମ କରିଛି। ପ୍ରୟାଗରାଜ, ବାରାଣସୀ, ମିର୍ଜାପୁର ଓ କାନପୁରରେ ଗଂଗାନଦୀ ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଥକବୀର ନଗରରେ ରାଫ୍ତି ନଦୀ ଶନିବାର ବିପଦ ସଂକେତ ଅତିକ୍ରମ କରିଛି। ସନ୍ଥକବୀର ନଗର ସହିତ ଦେବରିୟାରେ ମଧ୍ୟ ସରଯୂ ନଦୀ ବିପଦ ସଂକେତ ଅତିକ୍ରମ କରିଛି ।

What's Your Reaction?

like

dislike

love

funny

angry

sad

wow