ଭାରତ ସରକାରଙ୍କ ନିର୍ଦ୍ଦେଶରେ ଓଡିଶାର ବିଏଏସଏଫ୍ ଯବାନ ଯିବେ  ଜମ୍ମୁ କାଶ୍ମୀର

Jul 28, 2024 - 13:23
 0  5
ଭାରତ ସରକାରଙ୍କ ନିର୍ଦ୍ଦେଶରେ  ଓଡିଶାର ବିଏଏସଏଫ୍ ଯବାନ ଯିବେ  ଜମ୍ମୁ କାଶ୍ମୀର

ସୀମାରେ ଆତଙ୍କୀଙ୍କ ବଢୁଥିବା ଦୌରାତ୍ମ୍ୟ କାରଣରୁ ଓଡିଶାର ବିଏଏସଏଫ୍ ଯବାନ ଯିବେ  ଜମ୍ମୁ କାଶ୍ମୀର । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର ।  ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବାରମ୍ବାର ଆକ୍ରମଣ ଫଳରେ କେତେ ଯବାନ ସହିଦ ହେଉଛନ୍ତି ତ ପୁଣି କେତେ ଯବାନ ଆହତ । ସୀମାରେ ଅଧିକ ଯବାନମାନଙ୍କୁ ମୁତୟନ କରିବା ପାଇଁ ଓଡିଶାର ମାଲକାନଗିରି ଓ କୋରାପୁଟରୁ ୨୦୦୦ ବିଏସଏଫ୍ ଯବାନମାନଙ୍କୁ ଜମ୍ମୁ କାଶ୍ମୀର ପଠାଯିବ । ଭାରତୀୟ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି କରିଛନ୍ତି । ସୀମାନ୍ତ ଅଞ୍ଚଳରେ ବହୁ ଯବାନମାନେ ମୁତୟନ ହେଲେ ବହୁ ଶୀଘ୍ର ସବୁ ଆତଙ୍କବାଦୀଙ୍କୁ ନିପାତ କରିବା ସହିତ ତାଙ୍କର ଆକ୍ରମଣକୁ ମଧ୍ୟ ବିଫଳ କରିପାରିବ ଭାରତୀୟ ସେନା ।

What's Your Reaction?

like

dislike

love

funny

angry

sad

wow