ଶିମଲାରେ ବାଦଲଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ

Aug 1, 2024 - 12:45
 0  4
ଶିମଲାରେ ବାଦଲଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ

ଶିମଲାର ରାମପୁରରେ ବାଦଲଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ନିଖୋଜ ହୋଇଥିବା ମିଳିଛି ସୂଚନା। ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ଉପୁଜିଛି ବନ୍ୟା ପରିସ୍ଥିତି।  ଏହି ସୂଚନା ଦିଆଯାଇଛି ଶିମଲା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ। ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନଡିଆରଏଫ ଟିମ୍ ହୋଇଛନ୍ତି ମୁତୟନ। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ଯୁତ ପ୍ରକଳ୍ପ ନିକଟରେ ଘଟିଛି ଅଘଟଣ। ବର୍ଷାରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣ୍ଡିରେ ବି ହୋଇଛି ବାଦଲ ଫଟା ବର୍ଷା । ଫଳରେ କେତେକ କୋଠା ଭୁଶୁଡି ପଡିଥିବାବେଳେ ଯୋଗାଯୋଗ ହୋଇଛି ବିଚ୍ଛିନ୍ନ ।

What's Your Reaction?

like

dislike

love

funny

angry

sad

wow