ଆସାମ ବନ୍ୟାରେ ମଣିଷଙ୍କ ସହ ବନ୍ୟ ପ୍ରାଣୀମାନେ ହୋଇଛନ୍ତି ପ୍ରଭାବିତ
ଆସାମ ବନ୍ୟାରେ ମଣିଷଙ୍କ ସହ ବନ୍ୟ ପ୍ରାଣୀ ମାନେ ମଧ୍ୟ ବିଶେଷ ଭାବରେ ହୋଇଛନ୍ତି ପ୍ରଭାବିତ । ବନ୍ୟାରେ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ମରିଗଲେଣି ୧୩୧ ବନ୍ୟଜନ୍ତୁ । ୯୮ ବନ୍ୟଜନ୍ତୁ ପାଣିରେ ବୁଡି ମରିଥିବାବେଳେ ୧୭ ବନ୍ୟ ଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ଘଟିଛି ମୃତ୍ୟୁ । ଏବେ ବି ୨୫ ବନ୍ୟ ଜନ୍ତୁ ଚିକିତ୍ସାଧୀନ ଅଛନ୍ତି। ପାଖାପାଖି ପ୍ରାୟ ୯୬ ବନ୍ୟ ଜନ୍ତୁଙ୍କୁ ବନ୍ୟାଜଳରୁ କରାଯାଇଛି ଉଦ୍ଧାର । ସେପଟେ ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୭୮ ଲୋକଙ୍କର ମୃତ୍ୟୁ ହେଲାଣି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ । ସର୍ବାଧିକ ପ୍ରଭାବିତ ହୋଇ ଧୂବ୍ରି।
What's Your Reaction?