ଜାମ୍ମୁକାଶ୍ମୀର ଡିଜିପି ହେଲେ ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁ

ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ମିଳିଛି ନିଯୁକ୍ତି । ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଦାୟିତ୍ୱରେ ରହିବେ ରଶ୍ମୀରଞ୍ଜନ । ସୂଚନାଯୋଗ୍ୟ ଯେ, ଏବେ ଜାମ୍ମୁକାଶ୍ମୀରର କାର୍ଯ୍ୟକାରୀ ଡିଜିପି ଅଛନ୍ତି ରଶ୍ମୀରଂଜନ । 1991 ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ ।
What's Your Reaction?






