ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏହି ମାସରେ ୨୧ ବର୍ଷ ହୋଇଥିଲେ ପାଇବେ ସୁଭଦ୍ରା ଟଙ୍କା

Nov 28, 2024 - 12:27
 0  5
ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏହି ମାସରେ ୨୧ ବର୍ଷ ହୋଇଥିଲେ ପାଇବେ ସୁଭଦ୍ରା ଟଙ୍କା

ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ଏହି ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ,ବର୍ତ୍ତମାନ ଯାଏଁ ୧ କୋଟି ୬ ଲକ୍ଷ କରିଛନ୍ତି ଆବେଦନ। ସେଥିରୁ ୨ ଲକ୍ଷ ୬୭ ଆବେଦନ ମଧ୍ୟରୁ ୨୨ ପ୍ରତିଶତ ଆବେଦନର ହୋଇଯାଇଛି ସମୀକ୍ଷା। ବାକି ଆହୁରି ସମୀକ୍ଷା ଚାଲିଛି । ବାକି ଯେଉଁମାନେ ନୂଆ ହିତାଧିକାରୀ ଅର୍ଥାତ ଯାହାକୁ ଏହି ମାସରେ ୨୧ ବର୍ଷ ହେଲା ସେମାନେ ମଧ୍ୟ ପାଇବେ ଏହି ଟଙ୍କା। ଯେଉଁ ଅଞ୍ଚଳରେ କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ କମ୍ ପଞ୍ଜୀକରଣ ହୋଇଛି ସେସବୁ ସ୍ଥାନକୁ ଅଧିକୁ ଗୁରୁତ୍ୱ ଦେଉଛି ବିଭାଗ ।ଲେହିପରି ଯାଞ୍ଚ ଚାଲିଛି । ୧୫ ଦିନ ଭିତରେ ପ୍ରାୟ ଯାଞ୍ଚ ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୭ ପର୍ଯ୍ୟନ୍ତ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ କରିପାରିବେ ଆବେଦନ । ୨୦୨୫ ମାର୍ଚ୍ଚ ୭ ହେଉଛି ଏହି ଆବେଦନର ଶେଷ ତାରିଖ। ଏହା ସହ ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି  କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

What's Your Reaction?

like

dislike

love

funny

angry

sad

wow