ଭିଜିଲାନ୍ସ ଜାଲରେ କଟକ ବାରଙ୍ଗ ଅତିରିକ୍ତ ତହସିଲଦାର , କେନ୍ଦୁଝର ହାଟଡିହି ପିଇଓଙ୍କ ଘରେ ମଧ୍ଯ ଭିଜିଲାନ୍ସ ଚଢାଉ
The Vigilance Department has conducted raids at the residence of Jitendra Jena, Executive Officer of Hatadihi Block in Keonjhar district, on allegations of possessing disproportionate assets. The raid is underway at his house located in Basantia. Although he was in charge of multiple panchayats, Vigilance officials have so far not shared detailed information regarding the operation. Meanwhile, Vigilance teams have also carried out raids at the residence of Jitendra Panda, Additional Tahsildar of Baranga. On allegations of possessing illegal assets, searches are being conducted at four locations, including the Baranga Tahsil Office as well as premises in Khordha and Cuttack districts. So far, a three-storey building at Gopaluni Nagar in Badagada, another three-storey building in Brit Colony of Badagada, and a two-storey building at Sanapalla in Khordha have been detected.
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ।ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି। ସେ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହିଥିବାବେଳେ ଏପରି ଚଢାଉକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଭିଜିଲାନ୍ସ ଅଧିକାରୀ। ଅନ୍ୟପଟେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ମଧ୍ଯ ଚଢାଉ କରିଛି ଭିଜିଲାନ୍ସ । ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ କଟକର ୪ଟି ସ୍ଥାନରେ ତଢାଉ ହେଉଥିବା ନେଇ ମିଳିଛି ସୂଚନା ।ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ହୋଇଛି ଠାବ ।
What's Your Reaction?