ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା

ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଆଜି ଭାରତୀୟ ହକି ଦଳ ତରଫରୁ ଘୋଷଣା କରାଯାଇଛି ୩୨ ଜଣିଆ ଭାରତୀୟ ପୁରୁଷ ଦଳ ସଦସ୍ୟଙ୍କ ନାଁ। ଏଥିରେ ରହିଛନ୍ତି ୩ ଜଣ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା, ନିଲପ ସଂଜୀପ ଖେସ ଓ ଅମିତ ରୋହିଦାସ । ତେବେ ଆସନ୍ତା ମାସ ଫେବ୍ରୁଆରୀ ୧୫ ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ ଭାରତ । ଏହାପରେ ଜର୍ମାନୀ, ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଭେଟିବ ଭାରତୀୟ ହକି ଦଳ । ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂଙ୍କ ନେତୃତ୍ବରେ ମୈଦାନକୁ ଓଲ୍ହାଇବ ଦଳ । ଦଳର ଉପଅଧିନାୟକ ରହିଛନ୍ତି ହାର୍ଦିକ ସିଂ ।
What's Your Reaction?






