ଏମଏମଡିଆର୍ ପ୍ରସଙ୍ଗ; ବିଧାନସଭା ଘେରିବ ବିଜେଡି, ପଞ୍ଚମ ଦିନରେ ବି ସରଗରମ ରହିପାରେ ଗୃହ

Sep 28, 2026 - 12:36
ଏମଏମଡିଆର୍ ପ୍ରସଙ୍ଗ; ବିଧାନସଭା ଘେରିବ ବିଜେଡି, ପଞ୍ଚମ ଦିନରେ ବି ସରଗରମ ରହିପାରେ ଗୃହ

ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଗତ ୪ ଦିନ ଭଳି ଆଜି ମଧ୍ୟ ବିଧାନସଭା ଗୃହ ସରଗରମ ରହିବା ସମ୍ଭାବନା ରହିଛି । ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । 

 ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଗତ ୪ ଦିନ ଭଳି ଆଜି ମଧ୍ୟ ବିଧାନସଭା ଗୃହ ସରଗରମ ରହିବା ସମ୍ଭାବନା ରହିଛି । ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।

ସେହିପରି ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଓ ପାଇଁ ଡାକରା ଦିଆଯାଇଛି । ଏହାକୁ ନେଇ ଗୃହରେ ଅଚଳାବସ୍ଥା ଲାଗିରହିବା ସମ୍ଭାବନା ରହିଛି ।ସେପଟେ ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର, ସଂସଦୀୟ ବ୍ୟାପାର, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦିଆଯିବ । 

What's Your Reaction?

like

dislike

love

funny

angry

sad

wow