ଓଡ଼ିଆ ସାମ୍ବାଦିକତାର ସଂକ୍ଷିପ୍ତ ଇତିହାସ

Aug 4, 2024 - 22:11
 0  3
ଓଡ଼ିଆ ସାମ୍ବାଦିକତାର ସଂକ୍ଷିପ୍ତ ଇତିହାସ

ଓଡ଼ିଆ ସାମ୍ବାଦିକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ‘ପତ୍ରିକା’। ହାତଲେଖା ପତ୍ରିକାରୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା। କଟକ ଚୌଦ୍ୱାର ନିକଟସ୍ଥ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ  ଆରମ୍ଭ କରିଥିଲେ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା  । ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା ଓ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଏହି ପତ୍ରିକାଟି । ସମୟ କ୍ରମେ ଆଜି ଏହା  ଡିଜିଟାଲ ଅବତାରରେ ପହଞ୍ଚିଥିଲେ ବି କୁଜିବର ପତ୍ର ଏବେବି ବହନ କରିଚାଲିଛି ତା’ର ସ୍ବର୍ଣ୍ଣିମ ଇତିହାସ । କୁଜିବର ପତ୍ର ପରେ ପ୍ରଥମ ଛାପା ପତ୍ରିକା ଭାବେ ୧୮୪୯ରେ ପ୍ରକାଶ ପାଇଥିଲା 'ଜ୍ଞାନାରୁଣ' । ପରେ ୧୮୫୬ରେ 'ପ୍ରବୋଧ ଚନ୍ଦ୍ରିକା' ଏବଂ ୧୮୬୧ରେ 'ଅରୁଣୋଦୟ' ନାମରେ ପ୍ରକାଶିତ ହୋଇଥିଲା ଏକ ପତ୍ରିକା। ତେବେ ଅଧିକଦିନ ପର୍ଯ୍ୟନ୍ତ ଚାଲିପାରି ନ ଥିଲା କୌଣସି ପତ୍ରିକା । ମାତ୍ର ୩ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଥିଲା ଉକ୍ତ ୩ଟି ପତ୍ରିକାର ପ୍ରକାଶନ । ପରେ ୧୮୭୩ରେ 'ଉତ୍କଳ ଦର୍ପଣ' ନାମରେ  ବାଲେଶ୍ୱରରୁ ପ୍ରକାଶିତ ହୋଇଥିଲା ଏକ ମାସିକ ପତ୍ରିକା। ଓଡ଼ିଆ ଭାଷାରେ ଏହା ପ୍ରଥମ ସାହିତ୍ୟଲେଖା ଉଦ୍ୟମ । ଏହାପରେ ୧୮୭୮ରେ 'ଉତ୍କଳ ମଧୁପ', ଏବଂ ୧୮୮୫ରେ ଖୁବ୍ କମ୍ ଦିନ ପାଇଁ ବାହାରିଥିଲା  'ପ୍ରଦୀପ ପତ୍ରିକା' । ୧୮୯୭ରେ ପ୍ରକାଶିତ 'ଉତ୍କଳ ସାହିତ୍ୟ ପତ୍ରିକା' ଓଡ଼ିଆ ସାହିତ୍ୟରେ ଆରମ୍ଭ କରିଥିଲା ଏକ ନୂଆ ଯୁଗ । ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିଲେ ଏକାଧିକ ପତ୍ର ପତ୍ରିକା । ୧୯୦୬ରେ 'ମୁକୁର', ୧୯୧୫ରେ 'ସତ୍ୟବାଦୀ', ୧୯୨୦ରେ 'ସାହାକାର', ୧୯୩୪ରେ 'ନବଭାରତ' ଆଦି ପତ୍ରିକା ଓଡ଼ିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ହୋଇଥିଲେ ବେଶ୍ ସହାୟକ ।   ୧୯୬୬ 1866?? ମସିହା ଅଗଷ୍ଟ ୪ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ॥ ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜଭାବେ ତ୍ପ୍ରକାଶ  ପାଇଥିଲା ‘ଉତ୍କଳ ଦୀପିକା’ । ଗୌରୀଶଙ୍କର ରାୟ ଥିଲେ ଏହାର ପ୍ରଥମ ସମ୍ପାଦକ । ପ୍ରଥମେ ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା ଏହି ଖବର କାଗଜ । ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶ ପାଉଥିଲା ଏହି ଖବର କାଗଜ  । 'ଉତ୍କଳ ଦୀପିକା' ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ   ଗ୍ରହଣ କରିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ କରିଥିଲା ଉଦ୍ୟମ। 'ଉତ୍କଳ ଦୀପିକା'ର ସଫଳତା ସୃଷ୍ଟି କରିଥିଲା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା  । ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ପାଳନ କରାଯାଇଥାଏ ଓଡ଼ିଆ ସାମ୍ବାଦିକ ଦିବସ ଭାବରେ  ।

What's Your Reaction?

like

dislike

love

funny

angry

sad

wow