ଓଡ଼ିଶାରେ ଏବିଭିପିର ବିଜୟ, ଶୁଭେଚ୍ଛା ଜଣାଇଲେ ଅମିତ ଶାହ

Oct 17, 2026 - 12:52
ଓଡ଼ିଶାରେ ଏବିଭିପିର ବିଜୟ, ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବିଜୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଏହି ସଫଳତାକୁ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରାର ବିଜୟ ବୋଲି ଅଭିହିତ କରିଛନ୍ତି। 

 ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଫଳତାକୁ ନେଇ ସେ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଅମିତ ଶାହ ଲେଖିଛନ୍ତି ଯେ, ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଏବିଭିପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । 

ତାଙ୍କ ପୋଷ୍ଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରେ ଏବେ ଓଡ଼ିଶାର ୧୩ଟି ବିଶ୍ୱବିଦ୍ୟାଳୟରେ ଏବିଭିପିର ବିଜୟକୁ ଉଲ୍ଲେଖ କରାଯାଇଛି। ଏହି ଫଳାଫଳ ଦେଶର ଯୁବଶକ୍ତି ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ଦୃଢ଼ ଭାବେ ଛିଡ଼ା ହୋଇଥିବାର ବାର୍ତ୍ତା ଦେଉଛି ବୋଲି ସେ କହିଛନ୍ତି ।

ଏଥିସହ ମିଥ୍ୟା, ଭ୍ରମ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶକ୍ତିମାନଙ୍କ ପାଇଁ ଏହି ନିର୍ବାଚନ ଫଳାଫଳ ଏକ କଡ଼ା ଜବାବ ବୋଲି ଅମିତ ଶାହ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏବିଭିପିର ସଫଳତା ପରେ ଏହାକୁ ନେଇ ରାଜନୈତିକ ଓ ଛାତ୍ର ମହଲରେ ଚର୍ଚ୍ଚା ଜୋର ଧରିଛି । 

What's Your Reaction?

like

dislike

love

funny

angry

sad

wow