ଓଡିଶାରେ ଉପରମୁହାଁ ପାରଦ

Feb 3, 2025 - 15:24
 0  1
ଓଡିଶାରେ ଉପରମୁହାଁ ପାରଦ

ଓଡିଶାରେ ଉପରମୁହାଁ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩୫ ଡିଗ୍ରୀ ପାର କଲା ଦିନ ତାପମାତ୍ରା  । ସର୍ବାଧିକ ତାପମାତ୍ରା ଛୁଇଁପାରେ ୩୮ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ ସହ ଖରାପାଇଁ ବୃଦ୍ଧି ପାଉଛି ତାତି ।  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବାର ରହିଛି ସମ୍ଭାବନା । ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର,କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୁଳରେ ଅହେତୁକ ଭାବରେ ବୃଦ୍ଧି ପାଇବ ତାପମାତ୍ରା ।

What's Your Reaction?

like

dislike

love

funny

angry

sad

wow