ଓଡିଶାରେ ଧୀରେ ଧୀରେ କମୁଛି ତାପମାତ୍ରା
ଓଡିଶାରେ ଧୀରେ ଧୀରେ କମୁଛି ତାପମାତ୍ରା। ଦୀପାବଳିଠାରୁ ତାପମାତ୍ରା ଆହୁରି ହ୍ରାସ ହେବାର ରହିଛି ସମ୍ଭାବନା। ଏହା ପ୍ରଭାବରେ ବର୍ତ୍ତମାନ ଜାରି ରହିଥିବା ସ୍ଥିତିରେ ପରିବର୍ତ୍ତନ ଆସିବା ସହ ହାଲୁକା ଥଣ୍ଡା ହେବ ଅନୁଭୂତ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଆଂଶିକ ମେଘୁଆ ସହିତ କାଁଭାଁ ହୋଇପାରେ ବର୍ଷା। ନଭେମ୍ବର ୨ ପର୍ଯ୍ୟନ୍ତ ରହିବ ଏହି ସ୍ଥିତି । ୩୧ରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ହ୍ରାସ ପାଇବ ତାପମାତ୍ରା।
What's Your Reaction?