ଓଲଟିଲା ବୋଲବମ୍ ବସ୍ : ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ
ଓଲଟିଲା ବୋଲବମ୍ ଭକ୍ତଙ୍କ ବସ୍ । ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ । ଯାଜପୁରରେ ବୋଲବମ୍ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥରେ ଚାନ୍ଦପୁର ନିକଟରେ ହୋଇଛି ଦୁର୍ଘଟଣା ଗ୍ରସ୍ତ l ସେଥିରେ ଥିବା ୧୭ଜଣ ଯାତ୍ରୀ ହୋଇଛନ୍ତି ସାମାନ୍ୟ ଆହତ । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ କରାଯାଉଛି ଭର୍ତ୍ତି । ସୂଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ସାବିତ୍ରୀ ନାମକ ଏକ ଘରୋଇ ବସ ଆନନ୍ଦପୁରରୁ ବୋଲବମ୍ ଭକ୍ତମାନଙ୍କୁ ନେଇ ଯାଉଥିଲା ପୁରୀ । ଏହି ସମୟରେ ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ସ୍ଥାନୀୟ ପୁଲିସ ଆରମ୍ଭ କରିଛି ତଦନ୍ତ ।
What's Your Reaction?