କାଲି ମିଳିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀଙ୍କୁ ମିଳିବ ୫ହଜାର ଟଙ୍କା । ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟୟ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ଆସିବ ଟଙ୍କା । ଏହି କିସ୍ତିରେ ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ । ତେବେ ୭ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିଥିବା ମହିଳାଙ୍କୁ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ସରକାର ।
What's Your Reaction?






