ହ୍ଵାଟସଆପରେ ମିଳିବ ସମସ୍ତ ରାଜସ୍ୱ ସେବା
ଏଣିକି ଆଉ ବାରମ୍ବାର ଦୌଡ଼ିବାକୁ ପଡିବନି ତହସିଲ କାର୍ଯ୍ୟାଳୟ। ହ୍ଵାଟସଆପରେ ମିଳିବ ସମସ୍ତ ରାଜସ୍ୱ ସେବା। ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ। ହ୍ଵାଟସଆପରେ ଗ୍ରହଣ କରାଯିବ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ। ଏପିରିକି ରାଜସ୍ଵ ମନ୍ତ୍ରୀଙ୍କୁ ହ୍ଵାଟସଆପରେ ସିଧାସଳଖ କରିପାରିବେ ଅଭିଯୋଗ । ଯଦି କୌଣସି ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସେ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।
What's Your Reaction?