କେନ୍ଦ୍ର ସରକାର ବଢ଼ାଇଲେ ମୋହନ ଭଗବତଙ୍କ ସୁରକ୍ଷା

Aug 28, 2024 - 12:29
 0  2
କେନ୍ଦ୍ର ସରକାର ବଢ଼ାଇଲେ ମୋହନ ଭଗବତଙ୍କ ସୁରକ୍ଷା

କେନ୍ଦ୍ର ସରକାର ବଢ଼ାଇଲେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷା। ତାଙ୍କ ସୁରକ୍ଷାକୁ ଜେଡ୍‌ ପ୍ଲସ୍‌ରୁ ଏଏସ୍‌ଏଲକୁ ବୃଦ୍ଧି କରିଛି ଗୃହ ମନ୍ତ୍ରଣାଳୟ। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଳି ମିଳିଛି ସୁରକ୍ଷା। ଆରଏସଏସ ମୁଖ୍ୟ ଭାଗବତଙ୍କ ସୁରକ୍ଷା ବୃଦ୍ଧି ନିଷ୍ପତ୍ତି କିଛି ଦିନ ପୂର୍ବରୁ ହୋଇଥିଲା ଚୂଡାନ୍ତ। ଗୃହ ମନ୍ତ୍ରଣାଳୟ ଭାଗବତଙ୍କ କେତେକ ରାଜ୍ୟରେ ନିରାପତ୍ତାକୁ ଲକ୍ଷ୍ୟ କରି, ନୂତନ ସୁରକ୍ଷା ପ୍ରୋଟୋକଲ କରିଥିଲା ପ୍ରସ୍ତୁତ। ସେ ଭାରତ ବିରୋଧୀ ଅନେକ ସଂଗଠନର ଟାର୍ଗେଟ ବୋଲି ବିଶ୍ୱାସ କରାଯାଏ। ବର୍ଦ୍ଧିତ ସୁରକ୍ଷା ସମ୍ପର୍କରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇଛି ସୂଚନା ।

What's Your Reaction?

like

dislike

love

funny

angry

sad

wow