ଗଣତି ହେବ ମହାପ୍ରଭୁଙ୍କ ସମସ୍ତ ରତ୍ନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ନେଇ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏକ ବଡ କଥା । ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି ରାଜ୍ୟ ସରକାର ନିଶ୍ଚିତ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାରର ଗଣତି କରାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର କରାଯିବ ମେଳକ। ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବା ପୂର୍ବରୁ ଏକଥା କୁହାଯାଇଥିଲା। ତେଣୁ ସ୍ଥାନୀୟ ସରକାର ଏନେଇ ଏଏସଆଇକୁ ଲେଖିସାରିଛନ୍ତି ଚିଠି। ଏଏସଆଇର ଉଚ୍ଚ ସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
What's Your Reaction?