ଗାଜାରେ ଥମୁ ଯୁଦ୍ଧ! ସ୍ଥାୟୀ ଅସ୍ତ୍ରବିରତି ପାଇଁ ଗୁଟେରେସଙ୍କ ବଡ଼ ଅପିଲ୍

Oct 6, 2026 - 12:50
ଗାଜାରେ ଥମୁ ଯୁଦ୍ଧ! ସ୍ଥାୟୀ ଅସ୍ତ୍ରବିରତି ପାଇଁ ଗୁଟେରେସଙ୍କ ବଡ଼ ଅପିଲ୍

ଅକ୍ଟୋବର ୭, ୨୦୨୩ର ଭୟଙ୍କର ଆକ୍ରମଣକୁ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ, ଗାଜାରେ ଯୁଦ୍ଧର ଅନ୍ତ ଘଟାଇବାକୁ ସେ ସମସ୍ତ ପକ୍ଷଙ୍କୁ ଆହ୍ୱାନ କରିଛନ୍ତି । ଗୁଟେରେସ୍ କହିଛନ୍ତି, ୨୦୨୩ ଅକ୍ଟୋବର ୭ର ଭୟାବହତା ଯେପରି ପୁଣି କେବେ ଘଟିବ ନାହିଁ । 

 ଗାଜାରେ ଥମୁ ଯୁଦ୍ଧ... ବନ୍ଦ ହେଉ ରକ୍ତପାତ... ସ୍ଥାୟୀ ଅସ୍ତ୍ରବିରତି ପାଇଁ ସମସ୍ତ ପକ୍ଷଙ୍କୁ ଅପିଲ୍ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ । ଅକ୍ଟୋବର ୭, ୨୦୨୩ର ଭୟଙ୍କର ଆକ୍ରମଣକୁ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ, ଗାଜାରେ ଯୁଦ୍ଧର ଅନ୍ତ ଘଟାଇବାକୁ ସେ ସମସ୍ତ ପକ୍ଷଙ୍କୁ ଆହ୍ୱାନ କରିଛନ୍ତି । ଗୁଟେରେସ୍ କହିଛନ୍ତି, ୨୦୨୩ ଅକ୍ଟୋବର ୭ର ଭୟାବହତା ଯେପରି ପୁଣି କେବେ ଘଟିବ ନାହିଁ । ସେହି ଦିନ ହାମାସ୍‌ର ଆକ୍ରମଣରେ ପ୍ରାୟ ୧,୨୦୦ ଇସ୍ରାଏଲୀ ନିହତ ହୋଇଥିଲେ ଏବଂ ୨୫୧ ଜଣଙ୍କୁ ପଣବନ୍ଦୀ କରାଯାଇଥିଲା । ଏହାପରେ ହାମାସ୍ ବିରୋଧରେ ଗାଜାରେ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିଲା ଇସ୍ରାଏଲ୍ ।  

ଦୀର୍ଘ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଧ୍ୱଂସ ହୋଇଛି ଘର, ହସ୍ପିଟାଲ୍ ଓ ଭିତ୍ତିଭୂମି । ଖାଦ୍ୟ, ପାଣି ଓ ଚିକିତ୍ସା ଭଳି ମୌଳିକ ସୁବିଧା ପାଇଁ ମଧ୍ୟ ଲୋକେ ସଂଘର୍ଷ କରୁଛନ୍ତି । ଗୁଟେରେସ୍ କହିଛନ୍ତି, ପୂର୍ବରୁ ହୋଇଥିବା ଅସ୍ତ୍ରବିରତି କିଛି ସମୟ ପାଇଁ ଆଶ୍ୱସ୍ତି ଆଣିଥିଲା । କିନ୍ତୁ ଏହା ନିରାପତ୍ତା, ପର୍ଯ୍ୟାପ୍ତ ମାନବୀୟ ସହାୟତା ଓ ସ୍ଥାୟୀ ଶାନ୍ତିର ରାସ୍ତା ଦେଇପାରିନଥିଲା । ତେଣୁ ଏବେ ଅସ୍ତ୍ରବିରତି ସମ୍ପର୍କିତ ପ୍ରତିଶ୍ରୁତିକୁ ପୂରାପୂରି ଲାଗୁ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାର ସମୟ ଆସିଛି ।

ସ୍ଥାୟୀ ଅସ୍ତ୍ରବିରତି, ବଡ଼ ଧରଣର ମାନବୀୟ ସହାୟତା ଏବଂ ଅନ୍ତର୍ଜାତୀୟ ଆଇନର ସମ୍ମାନ ଏହି ତିନିଟି ଦିଗ ଉପରେ ଜୋର ଦେଇଛନ୍ତି ଗୁଟେରେସ୍ । ତାଙ୍କ କହିବା ଅନୁସାରେ, ସ୍ଥାୟୀ ଶାନ୍ତି ପାଇଁ ଏକ ରାଜନୈତିକ ସମାଧାନ ମଧ୍ୟ ଆବଶ୍ୟକ ।  

What's Your Reaction?

like

dislike

love

funny

angry

sad

wow