ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍
![ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍](https://kalingascroll.in/uploads/images/202408/image_870x_66c0705a15a21.jpg)
ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍ ବିଶିଷ୍ଟ ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍। ଗଙ୍ଗା ନଦୀରେ ଖସି ପଡ଼ିଛି ସୁଲତାନଗଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ ନଅରୁ ଦଶ ନମ୍ବର ପିଲାର୍ ମଧ୍ୟରେ ଥିବା ଅଂଶ । ଏହି ମହାସେତୁ ନିର୍ମାଣ କରୁଛି ଏସ୍ପି ସିଙ୍ଗଲା କମ୍ପାନୀ। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଗଞ୍ଜରେ ଏହି ବ୍ରିଜ୍ ନିର୍ମାଣ କରାଯାଉଛି।ଏହାପୂର୍ବରୁ ୪ ଜୁନ୍ ୨୦୨୩ରେ ଏବଂ ୨୭ ଏପ୍ରିଲ ୨୦୨୨ରେ ମଧ୍ୟସୁଲତାନଗଞ୍ଜ-ଆଗଓ୍ବାନି ବ୍ରିଜ୍ ଗଙ୍ଗା ନଦୀରେ ଭୁଶୁଡ଼ି ପଡ଼ିଥିଲା।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)