ସଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ : ଜଣେ ଯବାନ ଗୁରୁତର
ଜମ୍ମୁ-କଶ୍ମୀରର ଜମ୍ମୁ ଦାରବାର ନିକଟରେ ଥିବା ସଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ । ଜଣେ ଯବାନ ଗୁରୁତର ଭାବେ ହୋଇଛନ୍ତି ଆହତ। କ୍ୟାମ୍ପ୍ର ସାଣ୍ଟ୍ରି ପୋଷ୍ଟ୍ ପାଖାପାଖି ଏହି ଆକ୍ରମଣ ଘଟିଥିବାର ରହିଛି ସୂଚନା। ଏହି ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ଏବେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ସୂଚନା ମୁତାବକ, ଆଜି ସାକଳ ୧୧ଟାରେ ଆତଙ୍କବାଦୀମାନେ କରିଥିଲେ ଗୁଳିମାଡ଼। ପାଖାପାଖି ୨୦୦ ମିଟର ଦୂରତାରୁ ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ କରିଥିଲେ ଟାର୍ଗେଟ । ଫଳରେ ବୁଲେଟ୍ ସିଧାସଳଖ ଯାଇ ନିୟୋଜିତ ଥିବା ଜଣେ ଯବାନକୁ ହୋଇଥିଲା ମାଡ଼। ଆହତ ଯବାନଙ୍କୁ ଡାକ୍ତରଖାନାରେ କରାଯାଇଛି ଭର୍ତ୍ତି। ସ୍ଥାନୀୟ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି। ଏହି ଆତଙ୍କବାଦୀ ଆକ୍ରମଣ ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ଫ୍ ସେଣ୍ଟ୍ରି ପୋଷ୍ଟ ଅଞ୍ଚଳ ନିକଟରେ ଘଟିଛି। ୩୬ ଇନ୍ଫେଣ୍ଟ୍ରି ବ୍ରିଗେଡ୍ ଏଠାରେ ହୋଇଛନ୍ତି ନିୟୋଜିତ । କ୍ୟାମ୍ପ୍ ବାହାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଏହା ପରେ ଯବାନମାନେ ଚଳାଇଥିଲେ ଗୁଳି । ଏହି କାରଣରୁ ଉତ୍ତେଜନା ବୃଦ୍ଧି ପାଇଲା ଏବଂ ତୁରନ୍ତ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେଶନ।
What's Your Reaction?