ତେଲେଙ୍ଗାନାରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଯବାନ ଆହତ
ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନା ଗାଡ଼ିଟିକୁ ତାଲିମ ନେଉଥିବା ଜଣେ ଯବାନ ଚଳାଉଥିବାବେଳେ ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଦୁଇଥର ଓଲଟି ପଡ଼ିବା ପରେ ରାସ୍ତାକଡ଼ର ଏକ ଗଛ ସହିତ ଧକ୍କା ହୋଇଥିଲା।
ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନା ଗାଡ଼ିଟିକୁ ତାଲିମ ନେଉଥିବା ଜଣେ ଯବାନ ଚଳାଉଥିବାବେଳେ ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଦୁଇଥର ଓଲଟି ପଡ଼ିବା ପରେ ରାସ୍ତାକଡ଼ର ଏକ ଗଛ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏକାଧିକ ସେନା ଯବାନ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଭୋର ସମୟରେ ଚେଭେଲା ଅଞ୍ଚଳର ଆଲ୍ଲାୱାଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିଟି ଗୋଲକୋଣ୍ଡା ସେନା ଶିବିରରୁ ଶାବାଦ ଅଞ୍ଚଳକୁ ଯବାନମାନଙ୍କୁ ନେଇ ତାଲିମ ପାଇଁ ଯାଉଥିଲା। ଗାଡ଼ିରେ ମୋଟ ୧୪ ଜଣ ସେନା କର୍ମଚାରୀ ଥିଲେ।
ଦୁଇ ଜଣଙ୍କ ଅବସ୍ଥା ଗୁରୁତର
ଆହତ ଯବାନମାନଙ୍କୁ ତୁରନ୍ତ ଗୋଲକୋଣ୍ଡାସ୍ଥିତ ସେନା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି। କେତେକ ଗଣମାଧ୍ୟମ ରିପୋର୍ଟରେ ୭ ଜଣ ଆହତ ଓ ଅନ୍ୟ କେତେକରେ ୮ ଜଣ ଆହତ ହୋଇଥିବା ଦର୍ଶାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ମଧ୍ୟ ଖବର ମିଳିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।
What's Your Reaction?