ନିଜ ଏୟାରଲାଇନ୍ସ ବିକ୍ରି କଲା କାଙ୍ଗାଳ ପାକିସ୍ତାନ
ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ । ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହେଲାଣି ଯେ, ନିଜର ସରକାରୀ ବିମାନ କମ୍ପାନୀ ପିଏଲଏ କୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି ଶାହବାଜ ସରିଫ ସରକାର। ଏପରିକି ଆଇଏମଏଫ ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ହେଉଛି ବିଫଳ।ଶେଷରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପିଏଲଏ ର ହୋଇଛି ଘରୋଇକରଣ । ତେବେ ଏହି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର କ୍ରୟ କରିବା ଲାଗି ୩ ଜଣ ଥିଲେ ଦାବିଦାର। ଏଥିରେ ଲକି ସିମେଟ୍ ଗ୍ରୁପ୍, ଆରିଫ ହବିବ କର୍ପୋରେସନ୍ ଏବଂ ପ୍ରାଇଭେଟ୍ ଏୟାର ଲାଇନ୍ ଏୟାର ବ୍ଲୁ ଥିଲେ ସାମିଲ। ହେଲେ ଶେଷରେ ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଛି ଆରିଫ୍ ହବିବ୍ କମ୍ପାନି ।
What's Your Reaction?