ପଶ୍ଚିମ ଓଡ଼ିଶାରେ ହେବ ପ୍ରଚଣ୍ଡ ତାତି

ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେବ ପ୍ରଚଣ୍ଡ ତାତି। ଆସନ୍ତା ତିନି ଦିନରେ ଅନେକ ସ୍ଥାନରେ ପ୍ରାୟ ୩ ଡିଗ୍ରୀ ବଢ଼ିଯିବ ତାପମାତ୍ରା । ଦିନବେଳା ନାକେଦମ କରିବ ଗରମ ଓ ଗୁଳୁଗୁଳି। କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ। ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ହେବ ବର୍ଷା। ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି ଡରାଇବ କାଳବୈଶାଖୀ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
What's Your Reaction?






