ପାଇଖାନା ଟାଙ୍କି ନେଲା ୩ ଜୀବନ।
ପାଇଖାନା ଟାଙ୍କି ନେଲା ୩ ଜୀବନ। କଟକ ନରଣପୁର ସ୍ଥିତ ଡିଅନ ଆପାର୍ଟମେଣ୍ଟରେ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ହୋଇଛି ମୃତ୍ୟୁ । ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ସମସ୍ତ ଶ୍ରମିକଙ୍କୁ କରିଛନ୍ତି ଉଦ୍ଧାର। ଏହା ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବାକୁ ଯାଇ ଘଟିଛି ଏଭଳି ଅଘଟଣ।
What's Your Reaction?