ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ବନ ବିଭାଗକୁ ଦେଇଛନ୍ତି ୭ କୋଟି

Sep 5, 2024 - 15:11
 0  5
ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ବନ ବିଭାଗକୁ ଦେଇଛନ୍ତି ୭ କୋଟି

ରାଜ୍ୟରେ ବଢିଚାଲିଛି ବଜ୍ରପାତ ମୃତ୍ୟୁ ସଂଖ୍ୟା। ଯାହାକୁ ପ୍ରତିହତ କରିବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବାରେ ସମସ୍ତ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଆଜି କରିଛନ୍ତି ନିବେଦନ।ବଜ୍ରପାତ ମୃତ୍ୟୁ ରୋକିବାରେ ତାଳ ଗଛର ରହିଛି ବଡ଼ ଭୂମିକା । ଆଉ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ବନ ବିଭାଗକୁ ଦେଇଛନ୍ତି ୭ କୋଟି ଟଙ୍କା। ଆଜି  ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରଖିଛନ୍ତି ଉତ୍ତର। ମନ୍ତ୍ରୀ କହିଛନ୍ତି  ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ପାଖରେ ଅଛି  ଯଥେଷ୍ଟ ପାଣ୍ଠି । ବର୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି ୨୩୦୦ କୋଟି ଟଙ୍କା । ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ରଖାଯାଇଛି ୨୦୦ କୋଟି ଟଙ୍କା। ଗବେଷଣାରୁ ଜଣାପଡିଛି ଯେ  ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ହେଉଛି ବଜ୍ରପାତ । କାରଣ ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ। 

What's Your Reaction?

like

dislike

love

funny

angry

sad

wow