ପାରାଦୀପ ବନ୍ଦରରେ ସନ୍ଦିଗ୍ଧ ୩ ଘାନା ନାଗରିକ ଅଟକ

Aug 31, 2024 - 12:28
 0  1
ପାରାଦୀପ ବନ୍ଦରରେ ସନ୍ଦିଗ୍ଧ ୩ ଘାନା ନାଗରିକ ଅଟକ

ପାରାଦୀପ ବନ୍ଦରରେ ସନ୍ଦିଗ୍ଧ ୩ ଘାନା ନାଗରିକ ଅଟକ। ପାରାଦୀପ ପୋର୍ଟ ସିକ୍ଯୁ-୨ ବର୍ଥରେ ଜାହାଜ ଲାଗିବା ପରେ ତନାଘନା ଚାଲିଛି । ଏମଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ତିନି ଜଣଙ୍କୁ ରଖାଯାଇଛି ଅଟକ । ଜାହାଜଟି ହଂକଂର ହୋଇଥିବା ବେଳେ ସେଥିରେ ଥିଲେ ୨୦ ଜଣ କ୍ରିୟୁ ମେମ୍ବର । ଏଭଳି ପରିସ୍ଥିତିରେ କିଭଳି ଏହି ୩ ଘାନା ନାଗରିକ ଆସିଲେ ତାହାକୁ ନେଇ ଜାରି ରହିଛି ତଦନ୍ତ। ଏହି ନାଗରିକମାନେ ଉକ୍ତ ଜାହାଜରେ ଲୁଚି ପଳାଇ ଆସିଥିବା କରାଯାଉଛି ସନ୍ଦେହ। ପାରାଦୀପ ଇମିଗ୍ରେସନ କାର୍ଯ୍ୟାଳୟ ଅବଗତ ହେବା ପରେ ଉକ୍ତ ଜାହାଜଟିକୁ ଜାରି କରିଛି ନୋଟିସ । କେଉଁ ଉଦ୍ଦେଶ୍ୟରେ ଏହି ନାଗରିକମାନେ ଆସିଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ସେମାନଙ୍କୁ ଭାରତର କୌଣସି ବନ୍ଦରରେ ନ ଓହ୍ଲାଇବାକୁ ଜାହାଜକୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ରହିଛି ନିର୍ଦ୍ଦେଶ। ଘଟଣାର ତଦନ୍ତ ପାଇଁ ୩ ନାଗରିକମାନଙ୍କୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ନେଇଛି ନିଜ ହେପାଜତକୁ। 

What's Your Reaction?

like

dislike

love

funny

angry

sad

wow