ଆଜି କୋରାପୁଟ ଜିଲାର ସମସ୍ତ ବିଦ୍ୟାଳୟ ଛୁଟି
ଆଜି କୋରାପୁଟ ଜିଲାର ସମସ୍ତ ବିଦ୍ୟାଳୟ ଛୁଟି। ଲଗାଣ ବର୍ଷା ଯୋଗୁ ଆଇଏମ୍ଡି ପକ୍ଷରୁ ଲାଲ ସତର୍କତା ଜାରି ପରେ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଗଞ୍ଜାମ ଓ ମାଲକାନଗିରିରେ ବି ଆଜି ଘୋଷଣା କରାଯାଇଛି ବିଦ୍ୟାଳୟ ଛୁଟି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ମଙ୍ଗଳବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୬ ଜଲାକୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି କମଳା ସତର୍କତା। ସେ ସବୁ ଜିଲା ଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା। ଅନ୍ୟପକ୍ଷେ ଲଘୁଚାପ ଯୋଗୁ ଗତ ଦୁଇତିନି ଦିନ ହେବ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁ ପ୍ରଭାବିତ ହୋଇଛି କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳ । ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।
What's Your Reaction?