ପୁଣିଥରେ ଖୋଲିବ ରତ୍ନଭଣ୍ଡାର
ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଧାର୍ଯ୍ୟ ହୋଇଛି ଶୁଭବେଳା । ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ଏଥିସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ପ୍ରସ୍ତୁତ ରହିଛି ସବୁ ଜିନିଷ । ପୁଣିଥରେ ଖୋଲାଯିବ ରତ୍ନଭଣ୍ଡାର । ଗତଥର ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ଭଙ୍ଗାଯାଇଥିଲା ପୁରୁଣା ତାଲା । ଭିତର ରତ୍ନଭଣ୍ଡାରରେ ଏବେ ନୂଆ ଦୁଇଟି ତାଲା ପଡିଛି । ଦୁଇଟି ନୂଆ ତାଲାର ଚାବି ଟ୍ରେଜେରୀରେ ରହିଛି । ଟ୍ରେଜେରୀରୁ ଚାବି ନେଇ ପୁଣିଥରେ ଖୋଲାଯିବ ରତ୍ନଭଣ୍ଡାର।
What's Your Reaction?