ପୁଣି ମନମାନି କଲା ଇସ୍କନ,ଅଦିନରେ କରିବ ରଥଯାତ୍ରା

ପୁଣି ମନମାନି କଲା ଇସ୍କନ। ଆସନ୍ତା କାଲି ଲଣ୍ଡନର ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀ ଯୋଗଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ। ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେବା ନେଇ ମଧ୍ୟ ମିଳିଛି ସୂଚନା । କେବଳ ଅଦିନ ରଥଯାତ୍ରା ନୁହେଁ ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ମଧ୍ଯ ସାମାଜିକ ଗଣମାଧ୍ଯମରେ ହେଉଛି ଭାଇରାଲ,ଯେଉଁଥିରେ ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରହିଛି ରଥାରୂଢ଼ ଚିତ୍ର ।ତେବେ ଏହି ଘଟଣାକୁ ନେଇ ପୁରୀରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟକରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସେବାୟତ । ଏପରିକି ବଲଭଦ୍ରଙ୍କ ବାଡ଼ଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବାବେଳେ ରଥଯାତ୍ରା ବନ୍ଦ କରିବା ନେଇ ସରକାର ପଦକ୍ଷେପ ନେବାକୁ ରଖିଛନ୍ତି ମତ।
What's Your Reaction?






