ପୁରୀ ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ : ଚାରିଛକରେ ନାକା ବନ୍ଦୀ କରିଛି ପୋଲିସ
ପୁରୀ ପରେ ଏବେ କେନ୍ଦ୍ରାପଡ଼ାରେ ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମଣ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ପ୍ରବେଶ ପଥରେ କରାଯାଉଛି ଜୋରଦାର ଚେକିଂ । ଯେପରି କୌଣସି କୁକୁଡ଼ା ଗାଡ଼ି ଜିଲ୍ଲା ବାହାରକୁ କିମ୍ବା ଭିତରକୁ ଯାଇ ପାରିବନାହିଁ,ସେଥିପ୍ରତି କଡ଼ା ନଜର ରଖିଛି ପୋଲିସ । ଅନ୍ୟ ଅଞ୍ଚଳକୁ ପ୍ରଭାବିତ ନ ହେବା ପାଇଁ ଚାରିଛକରେ ନାକା ବନ୍ଦୀ କରିଛି ପୋଲିସ । କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି ଚିହ୍ନଟ । ଚଳିତ ମାସ ଆରମ୍ଭରେ ନରସିଂହପୁର ଅଞ୍ଚଳରେ ଅଚାନକ କୁକୁଡ଼ା ମରିବା ପରେ ବାର୍ଡ ଫ୍ଲୁ ନେଇ ହୋଇଥିଲା ସନ୍ଦେହ । ତେବେ ଗତ ୫ ତାରିଖରେ ନରସିଂହପୁର ସମେତ ଏହି ଅଞ୍ଚଳର କେତେକ କୁକୁଡା ଫାର୍ମରୁ ନମୁନା ସଂଗ୍ରହ କରାଯାଇ ପଠାଯାଇଥିଲା ପରୀକ୍ଷା ପାଇଁ। ଶନିବାର ପ୍ରଶାସନର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଜଣାଯିବା ପରେ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି," ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନେତୃତ୍ତ୍ଵରେ ଏକ ଜରୁରୀ ବୈଠକ ହୋଇଯାଇଛି ଅନୁଷ୍ଠିତ । ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ସଂକ୍ରମିତ ଅଞ୍ଚଳରେ କୁକୁଡା ମାରିବା ସହ ସମଗ୍ର ଅଞ୍ଚଳକୁ କରାଯିବ ସାନିଟାଇଜ । ରବିବାର ସକାଳୁ ଏକ ରାପିଡ୍ ରେସପନସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ମାରୁଛନ୍ତି,ଏଥିରେ ପ୍ରାୟ ୯୦ ରୁ ଅଧିକ ସଦସ୍ୟ ରହିଛନ୍ତି ସାମିଲ।
What's Your Reaction?