ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ
![ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ](https://kalingascroll.in/uploads/images/202501/image_870x_6790d6348d5e3.jpg)
ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ହୋଇଛି ଉନ୍ମୋଚିତ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକରେ ରହିଛି ମୋଟ ୧୦ଟି ଅଧ୍ୟାୟ ।ସବୁଠୁ ଅଧିକ ରୋଚକ ଅଧ୍ୟାୟଟି ହେଉଛି ‘ଦି ଅନକାନି ବସ’ । ଯେଉଁଥିରେ ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଶୈଳୀରେ ନବୀନ ଓ ତାଙ୍କ କାର୍ଯ୍ୟଶୈଳୀକୁ କଟାକ୍ଷ କରିଛନ୍ତି ଶ୍ରୀ ମିଶ୍ର।ପ୍ରକାଶ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ, ସେ ନିଜେ କୌଣସି ନିଷ୍ପତ୍ତି ନ ନେଇ ସବୁକିଛି ପାଇଁ ଅନ୍ୟ ଉପରେ କରୁଥିଲେ ନିର୍ଭର। ଲମ୍ବା କୁର୍ତ୍ତା, ପାଇଜାମା ଓ ଚପଲ ପିନ୍ଧୁଥିଲେ ମଧ୍ୟ, ଅନ୍ୟମାନଙ୍କ ପୋଷାକ ଉପରେ ରଖୁଥିଲେ ରୁଚି। ନିଜେ ଗୋଇଠିରୁ ଛୋଟ ପାଇଜାମା ପିନ୍ଧୁଥିଲେ ମଧ୍ୟ, ରାଜ୍ୟର ଜଣେ ଡିଆଇଜି ଗଲ୍ଫ ଟୋପି ପିନ୍ଧି ଟିଭିରେ ସାମ୍ବାଦିକ ସମ୍ମିଳନୀ କରିବାକୁ କରିଥିଲେ ନାପସନ୍ଦ । ତା ସହିତ ନିଜର ସମର୍ଥକଙ୍କ ସହ ହାତ ମିଳାଇବା କିମ୍ବା ତାଙ୍କ ପାଖକୁ ଯିବା ପାଇଁ ସେ ପସନ୍ଦ କରୁ ନ ଥିଲେ ବୋଲି କହି ନା ନନେଇ ନବୀନଙ୍କୁ ତେରେଛା ବାଣ ମାରିଛନ୍ତି ପ୍ରକାଶ । ପ୍ରକାଶଙ୍କ ଏହି ବହିରେ, ହିଞ୍ଜିଳି ସହ ସମ୍ପର୍କକୁ ନେଇ ସାମ୍ନାକୁ ଆସିଛି ଗୋଟିଏ ରୋଚକ କଥା । ଥରେ ହିଞ୍ଜିଳି ଯାଇଥିବା ସମୟରେ, ଲୋକଙ୍କ ସମସ୍ୟା ଦେଖି, ସେହି ଅଞ୍ଚଳର ବିଧାୟକଙ୍କୁ ତୁରନ୍ତ ଡାକିବାକୁ କହିଥିଲେ ଏହି ବ୍ୟକ୍ତି । ହେଲେ ସେ ନିଜେ ସେହି ଅଞ୍ଚଳର ବିଧାୟକ ବୋଲି ଜାଣିନଥିବା ନିଜ ବହିରେ ଲେଖିଛନ୍ତି ପ୍ରକାଶ ମିଶ୍ର । ଏଥିସହ ନକ୍ସଲ ଗତିବିଧି ସମ୍ପର୍କରେ ଶୁଣିବା ବଦଳରେ ଭେକଟି ମାଛ ସହ ମାସଂ କିମା କେତେ ସ୍ୱାଦିଷ୍ଟ ଥିଲା, ସେ ନେଇ କଥା ହେଉଥିଲେ ନବୀନ, ଯାହାକୁ ନିଜ ବହିରେ ସ୍ଥାନ ଦେଇଛନ୍ତି ପ୍ରକାଶ ମିଶ୍ର ।ନବୀନଙ୍କ ନାଁ ନନେଇ ପ୍ରକାଶ ମିଶ୍ର ତାଙ୍କ ବହି କମେଡି ଇନ୍ ଖାକିରେ ଲେଖିଥିବା ଏହି ସବୁ ଘଟଣା ଭିତରେ ଖାସ୍ କରି ନବୀନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକୁ ଜାଣିନପାରିବା କଥା ରହିଛି ସବୁଠୁ ଅଧିକ ଚର୍ଚ୍ଚାରେ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)