ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ

୮୫ ବର୍ଷ ବୟସରେ ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ । ରବିବାର ଭୋର ୪.୧୫ ମିନିଟ୍ରେ ଭୁବନେଶ୍ବର ସ୍ଥିତ ବାସଭବନରେ ହୋଇଛି ତାଙ୍କର ଦେହାନ୍ତ । ଅନନ୍ତଙ୍କ ବିୟୋଗରେ ପୂରା ରାଜନୈତକ ମହଲରେ ଖେଳିଯାଇଛି ଶୋକର ଛାୟା।୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ ଅନନ୍ତ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ହୋଇଥିଲେ ଭୋଗରାଇର ବିଧାୟକ ।୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ଏବଂ ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଥିଲେ ଅଧ୍ୟକ୍ଷ ।
What's Your Reaction?






