ପ୍ରତଶୋଧ ନେଲା ’ଅପରେସନ୍ ସିନ୍ଦୂର’

May 7, 2025 - 12:08
 0  7
ପ୍ରତଶୋଧ ନେଲା  ’ଅପରେସନ୍ ସିନ୍ଦୂର’

ପହଲଗାଓଁ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ନେଲା ଭାରତ । ମାତ୍ର ୨୫ ମିନିଟ୍‌ରେ ୯ ଆତଙ୍କୀ ଆଡ୍ଡା ସ୍ଥଳିରେ ବଡ଼ଧରଣର ଏୟାର ଷ୍ଟ୍ରାଇକ  କରିଛନ୍ତି  ଭାରତର ତିନି ସେନା ।ଫଳରେ  ନିପାତ ହୋଇଛନ୍ତି ୯୦ ଜଣ ଆତଙ୍କବାଦୀ। ଅପରେସନ୍‌  ସିନ୍ଦୂର ନେଇ  ଭାରତୀୟ ସେନାର  ଏହା ହେଉଛି ବଡ ସୂଚନା । ରାତି ୧ଟା ୫ରୁ ୧ଟା ୩୦  ମଧ୍ୟରେ  ହୋଇଥିଲା ଅପରେସନ୍‌ ସିନ୍ଦୂର । ଏଥିରେ ୯ଟି ଆତଙ୍କୀ ଆଡ୍ଡାକୁ ନିଶାଣ କରାଯାଇ ହୋଇଥିଲା ଆକ୍ରମଣ। ବାଲିଷ୍ଟିକ ମିସାଇଲ ମାଡ଼ରେ ଧ୍ବଂସ ହୋଇଛି ଟେରର କ୍ୟାମ୍ପ । ଏହି ଆକ୍ରମଣ ଆତଙ୍କବାଦ ବିରୋଧରେ କରାଯାଇଛି ବୋଲି କହିଛନ୍ତି ସରକାର। ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ କରାଯାଇଛି  ଛୁଟି ଘୋଷଣା। ହାସପାତାଳଗୁଡିକରେ ମଧ୍ୟ  ଘୋଷଣା ହୋଇଛି ଜରୁରୀକାଳୀନ ସ୍ଥିତି । ବନ୍ଦ ରହିଛି  ରାୱଲପିଣ୍ଡି  ଏବଂ ଲାହୋର ବିମାନବନ୍ଦର । ସୀମାକୁ ପାକିସ୍ତାନ ସେନା ପଠାଇଥିବା ମିଳିଛି ସୂଚନା  । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିଲେ ଆତଙ୍କବାଦୀ, ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା ।

What's Your Reaction?

like

dislike

love

funny

angry

sad

wow