ପ୍ରଥମ ଥର ପାଇଁ ଶିମିଳିପାଳରେ ଶିକାରୀଙ୍କୁ ଜଗିବ ଏଆଇ କ୍ୟାମେରା
![ପ୍ରଥମ ଥର ପାଇଁ ଶିମିଳିପାଳରେ ଶିକାରୀଙ୍କୁ ଜଗିବ ଏଆଇ କ୍ୟାମେରା](https://kalingascroll.in/uploads/images/202408/image_870x_66b6fe6b88b4b.jpg)
ସୁରକ୍ଷିତ ରହିବ ଜଙ୍ଗଲ , ଅବାଧ ଶିକାର ଉପରେ ଲାଗିବ ରୋକ୍। ପ୍ରଥମ ଥର ପାଇଁ ଶିମିଳିପାଳରେ ଶିକାରୀଙ୍କୁ ଜଗିବ ଏଆଇ କ୍ୟାମେରା । କଏଦ ହେବ କ୍ୟାମେରାରେ ଜଙ୍ଗଲ ଭିତରର ପ୍ରତିଟି ଦୃଶ୍ୟ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଟିମ୍ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ଅଭୟାରଣ୍ୟର ୨୭ଶହ ୫୦ ବର୍ଗ କିଲୋମିଟର ଭିତରେ ୨ ଶହରୁ ଅଧିକ ବସିବ ଟାୱାର । ଯେଉଁଥିରେ ଲାଗିବ ଉଚ୍ଚ କ୍ଷମତା ସମ୍ପନ୍ନ ରିଅଲ ଟାଇମ ଥର୍ମାଲ କ୍ୟାମେରା। ପ୍ରତି ୧୫ କିମିରୁ ୨୦ କିମି ଦୂରତାରେ ଲାଗିବ ଏହି ଏଆଇ ଟାୱାର। ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର। ଏହାକୁ କାର୍ଯ୍ୟକାରୀ କରିବାକୁ ଭଞ୍ଜପୁର କାର୍ଯ୍ୟାଳୟରେ ରହିଛି କଣ୍ଟ୍ରୋଲ ରୁମ। କୌଣସି ଜାଗାରେ ଶିକାର ହେଲେ କିମ୍ବା ନିଆଁ ଲାଗିଲେ ତୁରନ୍ତ ସିଟିଆର ଟିମକୁ ଆସିବ ସୂଚନା।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)