ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି: ମୁଖ୍ୟମନ୍ତ୍ରୀ

Nov 25, 2026 - 14:34
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି: ମୁଖ୍ୟମନ୍ତ୍ରୀ

ଆୟୁଷ ଡାକ୍ତରମାନଙ୍କର ବେତନ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଷ୍ଟାଇପେଣ୍ଡ ବି ବୃଦ୍ଧି କରିଛନ୍ତି ଲୋକଙ୍କ ସରକାର। ପ୍ରତି ପଞ୍ଚାୟତରେ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଉଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତଳସ୍ତର ଯାଏ ପହଞ୍ଚାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ନଭେମ୍ବର ୯ ରେ ହୋମିଓପାଥି ଓ ଆୟୁର୍ବେଦିକ୍ ଚିକିତ୍ସାକୁ ଗୁରୁତ୍ବ ଦେବା ଲାଗି ସ୍ବତନ୍ତ୍ର ଭାବେ ଆୟୁଷ ମନ୍ତ୍ରାଳୟର ଘୋଷଣା କରିଥିଲେ। ଆମ ଲୋକଙ୍କ ସରକାର ବି ରାଜ୍ୟରେ ହୋମିଓପାଥି ଚିକିତ୍ସା ଉପରେ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ ଏବେ ୪ଟି ସରକାରୀ ହୋମିଓପାଥି କଲେଜ୍ ଥିବା ବେଳେ ନୟାଗଡ଼ ଓ ନୂଆପଡ଼ା ଠାରେ ଆଉ ଦୁଇଟି ନୂଆ ହୋମିଓପାଥି କଲେଜ୍ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ଖାଲି ସେତିକି ନୁହେଁ  ହୋମିଓପାଥି ଚିକିତ୍ସା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ଆୟୁଷ ଡାକ୍ତରମାନଙ୍କର ବେତନ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି

ଆୟୁଷ ଡାକ୍ତରମାନଙ୍କର ବେତନ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଷ୍ଟାଇପେଣ୍ଡ ବି ବୃଦ୍ଧି କରିଛନ୍ତି ଲୋକଙ୍କ ସରକାର। ପ୍ରତି ପଞ୍ଚାୟତରେ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଉଛି। ଓଡ଼ିଶା ସରକାର ବି ହୋମିଓପାଥି ଚିକିତ୍ସା କ୍ଷେତ୍ରରେ କ୍ଲିନିକାଲ୍ ଅଧ୍ୟୟନ, ବୈଜ୍ଞାନିକ ଗବେଷଣା କୁ ପ୍ରୋତ୍ସାହିତ କରୁଛନ୍ତି। ଆଜି ଓଡ଼ିଶାର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟ ଦେଶରେ ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଛି। ଏହାର ସମସ୍ତ ଅଭାବ ଅସୁବିଧା ପୂରଣ ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ। ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି ଓଡ଼ିଶାର ନବରଙ୍ଗପୁରରେ ନୂତନ ମେଡିକାଲ୍ କଲେଜର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇସାରିଛି। ଖୁବ୍ ଶୀଘ୍ର ଭଦ୍ରକ, ଢେଙ୍କାନାଳ ଓ ଜଗତ୍‌ସିଂହପୁରରେ ନୂତନ ମେଡିକାଲ୍ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। 

ଏହି ଜାତୀୟ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଅଛନ୍ତି। 

What's Your Reaction?

like

dislike

love

funny

angry

sad

wow