ଫ୍ରିଜ୍ ବ୍ୟବହାର ବେଳେ କରନ୍ତୁ ନାହିଁ ଏହି ଭୁଲ୍ : ନଚେତ୍ ...

Sep 18, 2026 - 13:59
ଫ୍ରିଜ୍ ବ୍ୟବହାର ବେଳେ କରନ୍ତୁ ନାହିଁ ଏହି ଭୁଲ୍ : ନଚେତ୍ ...

ଘରେ ଦିନରାତି ଚାଲୁଥିବା ଫ୍ରିଜରେ ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ଉପକରଣ । ଖାଦ୍ୟକୁ ତାଜା ରଖିବା ସହ ଦୀର୍ଘ ସମୟ ସୁରକ୍ଷିତ ରଖିବାରେ ଏହା ସହାୟକ ହୋଇଥାଏ 

ଘରେ ଦିନରାତି ଚାଲୁଥିବା ଫ୍ରିଜରେ ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ଉପକରଣ । ଖାଦ୍ୟକୁ ତାଜା ରଖିବା ସହ ଦୀର୍ଘ ସମୟ ସୁରକ୍ଷିତ ରଖିବାରେ ଏହା ସହାୟକ ହୋଇଥାଏ । ତେବେ ଫ୍ରିଜର ବ୍ୟବହାର ବେଳେ କରାଯାଉଥିବା କିଛି ଛୋଟ ଭୁଲ ଆପଣଙ୍କୁ ବିପଦରେ ପକାଇପାରେ । ପ୍ରଥମେ ଫ୍ରିଜକୁ କାନ୍ଥ କିମ୍ବା ଅନ୍ୟ ଜିନିଷ ସହ ବହୁତ ପାଖରେ ରଖନ୍ତୁ ନାହିଁ,

ଏଥିସହିତ ପଛପଟୁ ଗରମ ପବନ ବାହାରିବା ପାଇଁ ଆବଶ୍ୟକ ସ୍ଥାନ ରହିବା ଦରକାର । ନଚେତ୍ ଫ୍ରିଜକୁ ଥଣ୍ଡା ରଖିବା ପାଇଁ ଅଧିକ କାମ କରିବାକୁ ପଡ଼ିପାରେ । ସେହିପରି, ଏହାକୁ ଗ୍ୟାସ ଚୁଲା, ଓଭେନ୍ କିମ୍ବା ଅନ୍ୟ ଗରମ ସ୍ଥାନ ପାଖରେ ରଖିବା ମଧ୍ୟ ଉଚିତ୍ ନୁହେଁ । ଖାଲି ସେତିକି ନୁହେଁ ଫ୍ରିଜ୍  ଅତ୍ୟଧିକ ଭର୍ତ୍ତି କରିବା ଭୁଲ । ଅଧିକ ଜିନିଷ ରଖିଲେ ଥଣ୍ଡା ପବନ ଠିକ୍ ଭାବରେ ଚଳାଚଳ କରିପାରେ ନାହିଁ । ଫଳରେ କିଛି ଖାଦ୍ୟ ଠିକ୍ ଭାବେ ଥଣ୍ଡା ହୋଇନଥାଏ । ତେଣୁ ଆବଶ୍ୟକ ନଥିବା ଜିନିଷ ଫ୍ରିଜରେ ରଖନ୍ତୁ ନାହିଁ । 
ଅତ୍ୟଧିକ ଗରମ ଖାଦ୍ୟକୁ ସିଧାସଳଖ ଫ୍ରିଜ୍ ରେ ରଖିବା ମଧ୍ୟ ଠିକ୍ ନୁହେଁ ।

ଖାଦ୍ୟକୁ କିଛି ସମୟ ଥଣ୍ଡା କରି, ଢାଙ୍କି  ଫ୍ରିଜ୍ ରଖନ୍ତୁ । ତେବେ ଖାଦ୍ୟକୁ ଅଧିକ ସମୟ ବାହାରେ ରଖିବା ମଧ୍ୟ ଉଚିତ୍ ନୁହେଁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଦ୍ୟୁତ୍ ସୁରକ୍ଷା ପ୍ରତି ସତର୍କ ରୁହନ୍ତୁ । ଖରାପ କର୍ଡ, ଭଙ୍ଗା ପ୍ଲଗ୍ କିମ୍ବା ଢିଲା ସକେଟରେ ଫ୍ରିଜ ଚଲାନ୍ତୁ ନାହିଁ। ପ୍ଲଗ୍ କିମ୍ବା ସକେଟ ଅତ୍ୟଧିକ ଗରମ ହେଲେ କିମ୍ବା ପୋଡ଼ା ଗନ୍ଧ ଆସିଲେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ଯୋଗ୍ୟ ଟେକ୍ନିସିଆନଙ୍କ ସହାୟତା ନିଅନ୍ତୁ । ସାମାନ୍ୟ ସତର୍କତା ଅବଲମ୍ବନ କଲେ ଫ୍ରିଜକୁ ଭଲ ଭାବେ ଚଳାଇବା ସହ ଏହାର ବ୍ୟବହାର ମଧ୍ୟ ବଢିପାରେ । 

What's Your Reaction?

like

dislike

love

funny

angry

sad

wow