ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ

ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ । ଆସନ୍ତାକାଲି ବେଳକୁ ଉତର–ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ କ୍ଷେତ୍ର,ଯାହା ପ୍ରଭାବରେ ଆଜିଠାରୁ ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ତେବେ ୧୫ ଓ ୧୬ ତାରିଖରେ ବଢିବ ବର୍ଷାର ବିସ୍ତୁତି ଓ ପରିମାଣ। ବିଭିନ୍ନ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରରେ ୧୯–୨୦ ଜୁଲାଇ ବେଳକୁ ସୃଷ୍ଟି ହୋଇପାରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର। ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚିହ୍ନିତ ଲଘୁଚାପ କିମ୍ୱା ଅବପାତର ରୂପ ନେଇପାରେ ଏହି ଲଘୁଚାପ । ୨୦ରୁ ୨୨ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ହୋଇପାରେ ଅଧିକ ବର୍ଷା । ଦୁଇ ଦୁଇଟି ଲଘୁଚାପ ବର୍ଷାରେ ରାଜ୍ୟରେ ନିଅଂଟିଆ ବର୍ଷା ଭରଣା ହେବ ବୋଲି କରାଯାଉଛି ଆଶା ।
What's Your Reaction?






