ବଦଳିଲା ନର୍ସଙ୍କ ପୋଷାକ
ବଦଳିଲା ଓଡିଶା ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ସମସ୍ତ ନର୍ସଙ୍କ ପୋଷାକ । ଏବେ ନୂଆ ରଙ୍ଗ ଓ ନୂଆ ଡିଜାଇନର ପୋଷାକ ପିନ୍ଧିବେ ରାଜ୍ୟର ସମସ୍ତ ନର୍ସ । ସେହି ପୋଷାକରେ ରହିବ ସମ୍ବଲପୁରୀ ଛିଟ। ଉଭୟ ପୁରୁଷ ଓ ମହିଳା ନର୍ସମାନେ ପିନ୍ଧିବେ ଈଷତ୍ ବାଇଗଣୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ।ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ପିନ୍ଧିବେ ସାୟନ୍ ବ୍ଲୁ ଅର୍ଥାତ ହାଲୁକା ନୀଳ ରଙ୍ଗର ପୋଷାକ । ସେହିପରି ଧଳା ଶାଢ଼ୀ ଓ ପୋଷାକ ପିନ୍ଧିବେ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ। ସେଥିରେ ଥିବା ଆର୍ପନର କଲାରରେ ରହିବ ସମ୍ବଲପୁରୀ ଛିଟ୍।ବାକି ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ମାନେ ପିନ୍ଧିବେ ଧଳା ରଙ୍ଗର ଆପ୍ରନ୍। ଅନ୍ୟପଟେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।
What's Your Reaction?