ବାଂଲାଦେଶକୁ କଡ଼ା ଚେତାବନୀ ଦେଲା ଆମେରିକା

Dec 25, 2024 - 15:31
 0  4
ବାଂଲାଦେଶକୁ କଡ଼ା ଚେତାବନୀ ଦେଲା ଆମେରିକା

 ସବୁ ଧର୍ମ, ସବୁ ସଂପ୍ରଦାୟର ଲୋକଙ୍କୁ ଏବଂ ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦିଅ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କାହାରି ମାନବିକ ଅଧିକାର କ୍ଷୂର୍ଣ୍ଣ ନ ହେଉ ବୋଲି ବାଂଲାଦେଶକୁ କଡ଼ା ଚେତାବନୀ ଦେଇଛି ଆମେରିକା। ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ଲାଗି ରହିଛି ଅରାଜକତା। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ କରାଯାଉଛି ନିଶାଣ। କେବଳ ଯେ ଦଙ୍ଗାକାରୀମାନେ ଏପରି କରୁଛନ୍ତି, ତାହା ନୁହେଁ ସରକାରୀ ସ୍ତରରେ ବି ହିନ୍ଦୁମାନଙ୍କୁ ନିଣାଣ କରୁଛନ୍ତି ପୋଲିସ ଓ ଅନ୍ୟ ସଂସ୍ଥା। ଏହାକୁ ନେଇ ସାରା ବିଶ୍ଵରେ ବିଶେଷ କରି ପଡ଼ୋଶୀ ଭାରତରେ ପ୍ରକାଶ ପାଇଛି ଉଦବେଗ।କିଛି ଦିନ ତଳେ ଇସ୍କନର ବଡ଼ ବଡ଼ ସନ୍ଥଙ୍କୁ ବିନା କାରଣରେ ଗିରଫ କରି କାରାଗାରରେ ରଖାଯାଇଛି। ଏପରିକି ସେମାନଙ୍କ ପାଇଁ ମାମଲା ଲଢ଼ିବାକୁ ରାଜି ହେଉ ନାହାନ୍ତି ଓକିଲ।ହିନ୍ଦୁମାନଙ୍କ ସହିତ ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ବି ଆକ୍ରୋଶର ହେଉଛନ୍ତି ଶିକାର। ମନ୍ଦିର ଭାଙ୍ଗିବା ସହ ମୂର୍ତ୍ତି ଭାଙ୍ଗିଛନ୍ତି ଦୁର୍ବୃତ୍ତ । ଏସବୁ ବନ୍ଦ କରାଯାଉ ବୋଲି ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ କହିଛନ୍ତି ହ୍ଵାଇଟ୍ ହାଉସର ମୁଖପାତ୍ର ସୁଲିଭାନ।

What's Your Reaction?

like

dislike

love

funny

angry

sad

wow