ବାଲ୍ୟବିବାହ ବନ୍ଦ ଉଦ୍ୟମ ସନ୍ଦେହ, ଭାଇକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଜିଲ୍ଲାରୁ ଆସିଛି ଅଭାବନୀୟ ଘଟଣା । ବାଲ୍ୟବିବାହ ବିରୋଧରେ ସୂଚନା ଦେଇଥିବା ସନ୍ଦେହ କରି ଜଣେ ବୃଦ୍ଧଙ୍କୁ ତାଙ୍କର ନିଜ ଭାଇ, ପୁତୁରା ଏବଂ ପୁତୁରା ବୋହୂ ମିଶି ମରଣାନ୍ତକ ଆକ୍ରମଣ କରିଛନ୍ତି ।
ବାଲ୍ୟବିବାହ ବନ୍ଦ ଉଦ୍ୟମ ସନ୍ଦେହ କରି ଭାଇକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ, ପରିବାରର ୩ ଜଣ ଆହତ । ଢେଙ୍କାନାଳ ଜିଲ୍ଲାରୁ ଆସିଛି ଅଭାବନୀୟ ଘଟଣା । ବାଲ୍ୟବିବାହ ବିରୋଧରେ ସୂଚନା ଦେଇଥିବା ସନ୍ଦେହ କରି ଜଣେ ବୃଦ୍ଧଙ୍କୁ ତାଙ୍କର ନିଜ ଭାଇ, ପୁତୁରା ଏବଂ ପୁତୁରା ବୋହୂ ମିଶି ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ତରଭା ଗାଁର ୬୫ ବର୍ଷୀୟ ଘନଶ୍ୟାମ ବାରିକଙ୍କୁ କାଠ ଫାଳିଆରେ ତାଙ୍କର ନିଜ ଭାଇ ପରିବାର ପକ୍ଷରୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାରୁ ଜଣାପଡିଛି ଯେ କିଛି ଦିନ ତଳେ ରଞ୍ଜନ ବାରିକ ତାଙ୍କ ପୁଅର ଏକ ନାବାଳିକା ସହ ବାଲ୍ୟବିବାହ କରାଉଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ସେଠାରେ ଚଢ଼ାଉ କରିଥିଲେ ମଧ୍ୟ ନାବାଳିକାକୁ ପାଇ ନଥିଲେ। ତେବେ ଘନଶ୍ୟାମ ବାରିକ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦେଇଥିବା ସନ୍ଦେହ କରି ରଞ୍ଜନଙ୍କ ପରିବାର ଏଭଳି କାଣ୍ଡ ଘଟାଇଛନ୍ତି। ଘନଶ୍ୟାମଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ପୁଅ କମଳ କୁମାର ଏବଂ ବୋହୂ ସରୋଜିନୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସାଙ୍ଘାତିକ ଘଟଣାକୁ ନେଇ ସଦରଥାନା ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
What's Your Reaction?