ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

Sep 1, 2024 - 14:40
 0  11
ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ କରାଯାଇଥିଲା ଏକାକାଳୀନ ଚଢାଉ । ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ କୋଠା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏଥିସହ ବିଇଓଙ୍କ ଘରୁ ନଗଦ ୬.୫ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ହୋଇଥିଲା ଠାବ । ସେହିପରି ଚଢ଼ାଉ ବେଳେ ସୁନା, ରୁପା ଗିନା,ଚାମଚ, ଦାମୀ ଘଣ୍ଟା ଜବତ କରାଯାଇଥିବା ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow