ବିଚକ୍ଷଣ ଯୋଜନାର ଅନ୍ଧ ପ୍ରୟୋଗ: ଜେନ ଜେଡର ‘ଅମୋଘ ଅସ୍ତ୍ର’ କଣ୍ଢେଇଟିଏ ଉପରେ ନଷ୍ଟ
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଦୁନିଆର ସବୁଠାରୁ ଯୁବ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ୬୫ ପ୍ରତିଶତରୁ ଅଧିକ ଲୋକଙ୍କର ବୟସ ୩୫ ବର୍ଷରୁ କମ୍,l ପାଖାପାଖି ୮୧ କୋଟି ଲୋକ- ଯାହା ଏକ ବିରାଟ ସଂଖ୍ୟା। ସାଧାରଣ ଧାରଣା ଥିଲା ଯେ ଆଜିକାଲିର ଯୁବପିଢ଼ି (ଯାହାକୁ ଏବେ ‘ଜେନ ଜେଡ’ ନାମ ଦିଆଯାଇଛି, ସେମାନେ ବହୁତ ଶାନ୍ତ, ସହନଶୀଳ ତଥା ନିଷ୍କ୍ରିୟ । କିନ୍ତୁ ନିକଟରେ ସେମାନେ ଦେଖାଇ ଦେଲେ ଯେ ଆବଶ୍ୟକ ସ୍ଥଳେ ସେମାନେ ହୋଇପାରନ୍ତି କେତେ ଶକ୍ତିଶାଳୀ l ଯେତେବେଳେ ଟେକ୍ନୋଲୋଜିରେ ପାରଙ୍ଗମ ଏହି ପିଲାମାନଙ୍କର ଅନ୍ୟାୟ ସହିବାରେ ଧୈର୍ଯ୍ୟଚୁତ ଘଟେ, ସେମାନେ ନିଜର ବୈପ୍ଲବିକ ସ୍ୱର ଉଠାଇବା ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆର ବ୍ୟବହାର କରି ନୀତିହୀନ ରାଜନୀତିର ଅବସାନ ଘଟାଇ ପାରନ୍ତି ମାତ୍ର ଅଳ୍ପ କ୍ଷଣ ଭିତରେ l ଦିଲ୍ଲୀର ଯନ୍ତ୍ରମନ୍ତର ଅଞ୍ଚଳରେ ସାରା ଦେଶରୁ ମାଡ଼ି ଆସି ଏତେ ସଂଖ୍ୟାରେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କଲେ ଯେ ବଡ଼ ହଲଚଲ ବାର ବର୍ଷର ଅତି ଶକ୍ତିଶାଳୀ, ଏଭେଦ୍ୟ ବିଜେପି ସରକାର ମଧ୍ୟ ହତବାକ ଅବସ୍ଥାରେ ବୁଦ୍ଧି ହଜାଇ ବସିଲା। ଉତ୍ତେଜିତ ଯୁବ ସମାଜ ସେମାନେ ଏକ ବଡ଼ କଥା ପ୍ରମାଣ କରିଦେଲl ଯେ: ଯେତେବେଳେ ବୈଷୟିକ ଜ୍ଞାନରେ ଧୁରନ୍ଧର ଯୁବକମାନେ ଅନଲାଇନରେ ଏକାଠି ହୁଅନ୍ତି, ନିଜ କଥା ସମସ୍ତଙ୍କୁ ଶୁଣାଇ ହକ ସାବ୍ୟସ୍ତ କରିବା ସହ କ୍ଷମତା-ପାଗଳ ସରକାରୀ ମୁଖିଆ ମାନଙ୍କୁ ମଧ୍ୟ ଆଣ୍ଠେଇ ଦେଇ ପାରନ୍ତି l
ଆରମ୍ଭ: ଏକ ବିବାଦୀୟ ମନ୍ତବ୍ୟ ଏହି ଦେଶବ୍ୟାପୀ ଆନ୍ଦୋଳନର ମୂଳ କାରଣ ଥିଲା ସର୍ବୋଚ୍ଚ ଅଦାଲତରେ ଦିଆଯାଇଥିବା ଏକ କଟୁ ଅଵିଵେକୀ ମନ୍ତବ୍ୟ। ୧୫ ମଇ ୨୦୨୬ ରେ, ସୁପ୍ରିମକୋର୍ଟରେ ଏକ ଶୁଣାଣି ସମୟରେ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କେତେକ ଅସହାୟ ବେରୋଜଗାର ଯୁବକ ଓ କର୍ମୀଙ୍କୁ ସମାଜର 'ଅସରପା' ଭଳି କୀଟ ଏବଂ 'ପରଜୀବୀ' ସହ ତୁଳନା କରି ଛନ୍ଦି ହୋଇ ଯାଇଥିଲେ ଏକ ବିବାଦରେ । ଦେଶବ୍ୟାପି ବିରୋଧ ହେବା ପରେ, ଛାନିଆ ହୋଇଯାଇଥିବା ସୂର୍ଯ୍ୟକାନ୍ତ ସଫେଇ ଦେଲେ ଯେ ତାଙ୍କ କଥା କେବଳ ନକଲି ଡିଗ୍ରୀ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଥିଲା, ସାଧାରଣ ଯୁବକମାନଙ୍କ ପାଇଁ ନୁହେଁ। କିନ୍ତୁ ସେତେବେଳକୁ ଆଉ ବନ୍ଦ କରିବା ସହଜ ନଥିଲା ନିଆଁ ଜଳି ପାଉଁଶ କରିବା ପ୍ରକ୍ରିୟାଟି l ଯାହା କ୍ଷତି ହେବାର ଥିଲା ତାହା ହୋଇସାରିଥିଲା। ଚାକିରି ନପାଇ ସଂଘର୍ଷ କରୁଥିବା ଯୁବପିଢ଼ି, ଆଉ ଟିକେ ବି ଡେରି ନକରି ଏହି ଅପମାନକୁ ବନାଇଦେଲେ ନିଜର ଅସ୍ତ୍ର ।
ଏକ ବ୍ୟଙ୍ଗାତ୍ମକ ଆନ୍ଦୋଳନର ଜନ୍ମ ୧୬ ମଇ ୨୦୨୬ ରେ, ଅନଲାଇନରେ 'କକ୍ରୋଚ୍ ଜନତା ପାର୍ଟି' ଆରମ୍ଭ କଲେ ରାଜନୈତିକ ରଣନୀତିକାର ଅଭିଜିତ ଦିପକେ । ଏହି ଆନ୍ଦୋଳନ 'ଅଳସୁଆ ଓ ବେକାରମାନଙ୍କ ସ୍ୱର' ଟ୍ୟାଗଲାଇନ୍ ଆପଣାଇଲା ଶାସକ ବିଜେପି ଉପରେ କେବଳ ବ୍ୟଙ୍ଗ କରିବା ଉଦ୍ଦେଶ୍ୟରେ,। ମାତ୍ର ୭୮ ଘଣ୍ଟା ମଧ୍ୟରେ, କୁତ୍ରିମ ବୁଦ୍ଧିମତା କୌଶଳ ସାହାଯ୍ୟରେ ତିଆରି ହୋଇଥିବା ଏହି ସୋସିଆଲ ମିଡିଆ ପୃଷ୍ଠାରେ ଯୋଡ଼ି ହୋଇଗଲେ ଲକ୍ଷ ଲକ୍ଷ ଲୋକ, ଯାହା ଫଳରେ ଅଦାଲତର ଭିତ୍ତିହୀନ ଏକ ଅପମାନ ପାଲଟିଗଲା ‘ଯୁବ ଏକତା’ର ପ୍ରତୀକ ଯାହାକି ପରିଣତ ହେଲା ଗୋଟିଏ ବିଶାଳ ବିପ୍ଳବରେ l ସରକାରର ଦୁର୍ଯୋଗକୁ ଜୁନ୍ ୨୦୨୬ ରେ ‘ନୀଟ’ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ବିବାଦ ସାମ୍ନାକୁ ଆସିବା ପରେ ବ୍ୟଙ୍ଗ-ବିପ୍ଳବଟି ପରିଣତ ହେଲା ଏକ ବାସ୍ତବ ଯୁଦ୍ଧରେ । ଜଣା ପଡ଼ିଲା ଯେ ଯେଉଁ ପରୀକ୍ଷା ଲକ୍ଷ ଲକ୍ଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରେ, ତାହାକୁ କୋଚିଂ ମାଫିଆମାନେ ଟଙ୍କା ପଇସା ଲାଞ୍ଚ କାରବାର ମାଧ୍ୟମରେ ଅସଲି ପ୍ରଶ୍ନପତ୍ର ହାସଲ କରି ଭଳି 'ଆନୁମାନିକ ପ୍ରଶ୍ନପତ୍ର' ଆଳରେ ବାଣ୍ଟି ଦେଉଥିଲେ ନିଜ ନିଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ।
ଇନଷ୍ଟାଗ୍ରାମରୁ ରାଜରାସ୍ତାକୁ
ଇନଷ୍ଟାଗ୍ରାମରୁ ଜନ୍ମ ନେଇଥିବା ବିରାଟ ସମ୍ପ୍ରଦାୟଟି ବିଶ୍ୱପ୍ରସିଦ୍ଧ ଲଦାଖୀ ଶିକ୍ଷାବିତ-ସମାଜକର୍ମୀ ସୋନମ ୱାଂଚୁକଙ୍କର ନେତୃତ୍ୱରେ ଦିଲ୍ଲୀର 'ଜନ୍ତର ମନ୍ତର' ରେ ଆରମ୍ଭ କଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ l ସୋନମ ବସିଲେ ଆମରଣ ଅନଶନରେ ଏବଂ ଆନ୍ଦୋଳନ ବ୍ୟାପି ଚାଲିଲା ଦେଶବ୍ୟାପି l ପୁଣେ, ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ଭଳି ସହରରେ ପ୍ରଦର୍ଶନ ହୋଇଚାଲିଲା ବିଶାଳ ବିକ୍ଷୋଭ । ଯୁବକମାନେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ, ସ୍ୱଚ୍ଛତା ଏବଂ ପେପର ଲିକ୍ ପାଇଁ ଦାବି କଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ । ଯେତେବେଳେ ସରକାର ପୋଲିସ୍ ଲଗାଇ ଏହି ଭିଡ଼କୁ ଦବାଇବାକୁ ଚେଷ୍ଟା କଲା, ଆହୁରି ଉଗ୍ର ରୂପ ନେଲା ଆନ୍ଦୋଳନ। ଦାବି ହେଲା ଯେ ପ୍ରଥମେ ଇସ୍ତଫା ଦିଅନ୍ତୁ ଶିକ୍ଷlମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
ଶେଷ ସୀମା: ନେପାଳର ଝଲକ ସରକାରଙ୍କ ପାଇଁ କେବଳ ଲୋକଙ୍କ ଭିଡ଼ ନଥିଲା ସବୁଠାରୁ ବଡ଼ ଚେତାବନୀ, ବରଂ ଯୁବ ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ଖୋଲା ଧମକଟିଏ ଥରାଇ ଦେଇଥିଲା ଉଦାସୀନ ସରକାରର ଛାତି । ପୋଲିସର ମାଡ଼ରେ ଅତିଷ୍ଠ ହୋଇ, ଆନ୍ଦୋଳନକାରୀମାନେ ଖୋଲାଖୋଲି ଚେତାବନୀ ଦେଲେ ଯେ ଯଦି ସେମାନଙ୍କ ଦାବି ନମାନନ୍ତି, ଏବଂ ସୋନମ ୱାଙ୍ଗଚୁକଙ୍କର କିଛି ଅଘଟଣ ଘଟେ, ତେବେ ପରିସ୍ଥିତି ହେବ ଭୟଙ୍କର। ସେମାନେ ପଡ଼ୋଶୀ ଦେଶ ନେପାଳର ଉଦାହରଣ ଦେଇ କହିଲେ ଯେ ସେଠାରେ ଯେଭଳି ଛାତ୍ର ଓ ଯୁବକମାନଙ୍କର ଆନ୍ଦୋଳନକୁ ଉପେକ୍ଷା କରିବାରୁ ଭୟଙ୍କର ବିଦ୍ରୋହ ହୋଇଥିଲା ଏବଂ ରାଜତନ୍ତ୍ରର ପତନ ଘଟିଥିଲl, ଠିକ ସେହିଭଳି ତୀବ୍ର ହେବ ଆନ୍ଦୋଳନ ଏବଂ ଅନିୟନ୍ତ୍ରିତ ଅବସ୍ଥାକୁ ଚାଲିଯିବ ଆନ୍ଦୋଳନ ସହିତ ଦଙ୍ଗା । ଆନ୍ଦୋଳନ ଏତେ ଉଗ୍ର ହୋଇଯାଇଥିବା ଦେଖି ପୁରା ଦେଶ ଅସ୍ଥିର ହୋଇପାରେ ବୋଲି ହୃଦୟଙ୍ଗମ କରି, ଶେଷରେ ମୁଣ୍ଡ ନୁଆଁଇଲେ ସରକାର।
ଏକ ଅଦ୍ଭୁତପୂର୍ବ ଇସ୍ତଫା ଆନ୍ଦୋଳନକାରୀଙ୍କ ମତରେ, ମୋଦୀ ସରକାର ଅଧୀନରେ ଏହା ଥିଲା ପ୍ରଥମ ବଡ଼ ଇସ୍ତଫା, ଯେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୫ ଜୁଲାଇ ୨୦୨୬ ରେ ନିଜ ପଦରୁ ଦେଲେ ଇସ୍ତଫା l ମୋଦୀ-ଶାହଙ୍କ ଏନଡିଏ ସରକାର ଅଭୁତପୁର୍ବ ଆନ୍ଦୋଳନ ଚାପ ଆଗରେ ହାର ମାନିଲେ, ଯାହା ଥିଲା ଯୁବଗୋଷ୍ଠୀ ପାଇଁ ଏକ ଐତିହାସିକ ବିଜୟ । ଇସ୍ତଫା ପରେ ଅସରପା ଦଳ ଆନୁଷ୍ଠାନିକ ଭାବରେ ପ୍ରତ୍ୟାହାର କଲା ତାର 'ଜନ୍ତର ମନ୍ତର ଆନ୍ଦୋଳନ' l ତଥାପି ସେମାନେ ନିଜର ଅନ୍ୟ କେତେକ ଟାଣୁଆ ଦାବିଗୁଡ଼ିକ ପାଇଁ ଜାରି ରଖିଛନ୍ତି ଲଢେଇ । ଏହି ଦାବିଗୁଡ଼ିକ ମଧ୍ୟରେ ପରୀକ୍ଷା ନଦେଇ ପାରି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଏବଂ ପୋଲିସ ତରଫରୁ ସାର୍ବଜନୀନ କ୍ଷମା ପ୍ରାର୍ଥନା ଇତ୍ୟାଦି ଅନ୍ତର୍ଭୁକ୍ତ ।
ବ୍ୟାପକ ଅସନ୍ତୋଷ ଏବଂ ସାମ୍ବିଧାନିକ ଅନୁଷ୍ଠାନର ସଙ୍କଟ ଏହି ଆନ୍ଦୋଳନ ସଫଳତାର ସହ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲା ବୋଲି ବୁଦ୍ଧିଜୀବୀ ଓ ବିରୋଧୀ ନେତାମାନେ ସରକାରୀ ସଂସ୍ଥାଗୁଡ଼ିକର ଦୁରବସ୍ଥା ଉପରେ ସ୍ୱର ଉଠାଇବାକୁ ପାଇଗଲେ ଅଜସ୍ର ସାହସ ଓ ସୁଯୋଗ । ସମାଲୋଚକମାନେ କହୁଛନ୍ତି ଯେ କ୍ରମଶଃ ନିର୍ବାଚନ କମିଶନ, ସିବିଆଇ (CBI) ଓ ଇଡି (ED) ଭଳି ଏଜେନ୍ସିଗୁଡ଼ିକର ସ୍ୱାଧୀନତା ଛଡ଼ାଇ ନେଇ ଯାଇଥିବା କାରଣରୁ ବିରୋଧୀଙ୍କୁ ଡରାଇବା ଧମକାଇବା ସରକାରଙ୍କ ପାଇଁ ହୋଇ ଯାଇଛି ଅତି ସହଜ l ଅଭିଯୋଗ ମଧ୍ୟ କରିଛନ୍ତି ଯେ ମୋଦୀଙ୍କ ନିୟନ୍ତ୍ରଣରେ ଥିବା ସରକାର ବହୁତ ଚାଲାକିରେ ସୁପ୍ରିମକୋର୍ଟର କିଛି ନୀତିହୀନ ବିଚାରପତିମାନଙ୍କୁ ଅବସର ପରେ ମଧ୍ୟ ଲାଭ ଦେବାର ଲୋଭ ଦେଖାଇ କିମ୍ବା କୌଣସି ପୁରୁଣା ଭୁଲତ୍ରୁଟି ପାଇଁ ଡରାଇ ରଖିଛନ୍ତି ନିଜ ଆୟତ୍ତରେ ।
ଡିଗ୍ରୀ ବିବାଦ ଏବଂ ଲୋକଙ୍କ ବିଶ୍ୱାସ
ସମାଜକର୍ମୀମାନେ ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଚାଲିଥିବା ଦୀର୍ଘ ଆଇନଗତ ଲଢ଼େଇ ସହ ଯୋଡ଼ିଥାନ୍ତି ମୌଳିକ ପ୍ରସଙ୍ଗ ଗୁଡ଼ିକୁ । ଯେତେବେଳେ ବିରୋଧୀ ଏବଂ ସୂଚନା ଅଧିକାର (RTI) କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀର ସତ୍ୟତା ଜାଣିବାକୁ ଚାହିଁଲେ, ବ୍ୟକ୍ତିଗତ ଗୋପନୀୟତାର ବାହାନା ଦେଇ ତଥ୍ୟ ଦେବାକୁ କଡ଼ାକଡ଼ି ମନା କରିଦେଲେ ସଂଶ୍ଲିଷ୍ଟ ବିଶ୍ୱବିଦ୍ୟାଳୟଗୁଡ଼ିକ। ତେବେ ସାହସୀ କେନ୍ଦ୍ରୀୟ ସୂଚନା ଆୟୋଗ (CIC) କହିଥିଲେ ଯେ ଲୋକପ୍ରତିନିଧିମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଜନସାଧାରଣଙ୍କ ଜାଣିବା ସେମାନଙ୍କର ହକ, କିନ୍ତୁ ଶେଷରେ ଏହାକୁ ଓଲଟାଇ ଦେଲେ ଗୋଟିଏ ଉଚ୍ଚ ନ୍ୟାୟାଳୟ । ଯୁକ୍ତି ବାଢ଼ିଲେ ଯେ ଶିକ୍ଷାଗତ ଡିଗ୍ରୀ ହେଉଛି ଅତି ଗହନ ବ୍ୟକ୍ତିଗତ ତଥ୍ୟ । ଆନ୍ଦୋଳନ କରୁଥିବା ଲୋକଙ୍କ ପାଇଁ, ଅଦାଲତର ଏହି ପ୍ରତିବନ୍ଧକଗୁଡ଼ିକ ଏକ ସାଲିସ୍-ରହିତ ବିଚାର ବିଭାଗର ଲକ୍ଷଣ l ଏସବୁରୁ ପ୍ରମାଣ ମିଳେ ଯେ ସରକାରୀ ଚାପରେ ମୁଣ୍ଡ ନୁଆଁଇଛି ବିଚାର ବିଭାଗ ଏବଂ ବହୁତ ଦୁର୍ବଳ ହୋଇଯାଇଛି ସରକାରୀ କ୍ଷମତାକୁ ରୋକିବା ପାଇଁ ଥିବା ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ।
ସରକାରଙ୍କ ପାଇଁ ଏକ ଚେତାବନୀ
ଅସରପା ଦଳର ଉତ୍ଥାନ ପ୍ରମାଣ କରୁଛି ଯେ ଭାରତର ଜେନ ଜି (Gen Z) ଙ୍କୁ ଆଉ ଉପେକ୍ଷା କିମ୍ବା ତାଚ୍ଛଲ୍ୟ କରି ଦବାଇ ଦିଆଯାଇପାରିବ ନାହିଁ ସହଜରେ। ଅର୍ଥାଭାବ-ଚିନ୍ତା ଏବଂ ଅତ୍ୟନ୍ତ ନିକୃଷ୍ଟ ଶିକ୍ଷା ପ୍ରଦାନ ବ୍ୟବସ୍ଥାର ରାଗକୁ ଏକ ରାଜନୈତିକ ଶକ୍ତିରେ ପରିଣତ କରି, ଯୁବପିଢ଼ି ଦେଖାଇ ଦେଇଛନ୍ତି ଯେ ସେମାନେ ବଡ଼ ବଡ଼ କ୍ଷମତାରେ ବସିଥିବା ଲୋକଙ୍କୁ ମଧ୍ୟ କରିପାରିବେ ଜବାବଦେହୀ l ଏବେ ଏକ ବଡ଼ ଶିକ୍ଷା ଲାଭ କରିଛନ୍ତି ଏକାଚାଟିଆ ସରକାର : ଯୁବକମାନଙ୍କୁ ଦୁର୍ବଳ ମଣିଲେ ଗୋଟିଏ ବ୍ୟଙ୍ଗାତ୍ମକ 'ଅସରପା' ମଧ୍ୟ ପରିଣତ ହୋଇପାରେ ଏକ ଅଟକିବାର ନାଁ ନେଉ ନଥିବା ରାଜନୈତିକ ସିଂହରେ । ବଡ଼ ନେତାମାନଙ୍କର ଡରାଇବା ଏବଂ କଳାଟଙ୍କାର ବଳ ଦେଖାଇବା ଶେଷରେ ହୋଇଛି ଅକାମୀ ।
ତଥାପି ଵି , ରହିଯାଇଛି ଗୋଟିଏ ବଡ଼ ସମସ୍ୟା। ସାମ୍ବାଦିକ ସମ୍ମିଳନୀରେ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରଦର୍ଶନକାରୀଙ୍କ ନାମରେ ଥିବା ସବୁ ଅପରାଧିକ ମାମଲା ପ୍ରତ୍ୟାହାର କରାଯିବ l କିନ୍ତୁ ଏବେ ଯେଉଁ ପ୍ରକାରର ଗତି-ଵିଧି ଦେଖା ଗଲାଣି, ଜଣାପଡୁଛି ଯେ ସରକାର ସେଥିରୁ ଚାଲାକି କରି, ଏଣୁ ତେଣୁ ଆଳ ଦେଖାଇ ଓହରି ଯାଇ ପାରନ୍ତି l ତେବେ ଏହି ଅଭୁତପୁର୍ବ ଭାବରେ ସଫଳତା ପାଇଥିବା ଯୁବ ଆନ୍ଦୋଳନ ଫସର ଫାଟି ଯାଇପାରେ। କାରଣ ପିଲା ମାନେ ଯିଏ ଯୁଆଡ଼େ ଫେରି ଗଲେଣି l ଏତେ ବଡ଼ ଭିଡ଼କୁ ପୁଣିଥରେ ଏକାଠି କରିବା ଏକ କଷ୍ଟସାଧ୍ୟ କାମ; ଆନ୍ଦୋଳନକାରୀମାନେ ଏହି ମୁହୂର୍ତ୍ତରେ ମୈଦାନ ଉପରେ ନଥିବାରୁ, ସେହି ବିପ୍ଳବର ନିଆଁକୁ ପୁଣି ଜଳାଇବା ବହୁତ କଷ୍ଟକର ହୋଇପାରେ।
ରାଜନୈତିକ ଲଢ଼େଇ
କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଉପରେ ଥିବା ଗମ୍ଭୀର ଅଭିଯୋଗକୁ ନେଇ ଚାଲିଛି ତୀବ୍ର ବାଦବିବାଦ l ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଜେଫ୍ରି ଏପଷ୍ଟାଇନ୍ ଙ୍କ ସହ ୨୦୧୪-୨୦୧୭ ରେ ହୋଇଥିବା ବୈଠକର ସାମ୍ନାକୁ ଆସିଥିବା ଦସ୍ତାବିଜକୁ ନେଇ କୌଣସି ଭୁଲ କରିନାହାନ୍ତି ବୋଲି ଦୃଢ଼ ଭାବରେ ଖଣ୍ଡନ କରି କହିଛନ୍ତି ଯେ ଏହା ଥିଲା ସରକାରୀ ପଦ ପୂର୍ବରୁ କୂଟନୈତିକ ସମ୍ପର୍କ-ସଂଶ୍ଲିଷ୍ଟ କାରବାର ।
ସେହିଭଳି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଜଣେ ରାଜନୈତିକ ଗୁଣ୍ଡା ଭାବରେ ଅମିତ ଶାହଙ୍କୁ ମଧ୍ୟ କରାଯାଇଛି ବ୍ୟାପକ ସମାଲୋଚନା । ସବୁଠାରୁ ବଡ଼ କଥା ହେଉଛି, ବିଶ୍ଳେଷକମାନେ କହୁଛନ୍ତି ଯେ କେବଳ ଏକ କଣ୍ଢେଇ ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ କରି ନିଜର ସମୟ ଅମୁଲ୍ୟ ନଷ୍ଟ କଲେ ଆନ୍ଦୋଳନକାରୀମାନେ। ଏହା ବଦଳରେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବା ଉଚିତ୍ ଥିଲା, ଯାହାଙ୍କ ଛତ୍ରଛାୟା ତଳେ ଦୁର୍ନୀତିଗ୍ରସ୍ତ ବିଚାରପତି, ସରକାରୀ ଏଜେନ୍ସିର ମୁଖ୍ୟ ଏବଂ ଗୋଲାମ ସାଜିଥିବା ମିଡିଆ ମାଲିକମାନେ କୌଣସି ଭୟ ନଥାଇ ଆତ୍ମସ୍ୱାର୍ଥ ପାଇଁ କରୁଛନ୍ତି ଅଜସ୍ର ଲୁକାୟିତ କାମ ।
ଶେଷରେ, ପୁରା ଦେଶରେ ବଢୁଥିବା ପ୍ରଚଣ୍ଡ ରାଗ ପ୍ରୟୋଗରେ ଏହି ଏକଛତ୍ରବାଦୀ ଉପାଦାନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାର ଏକ ବଡ଼ ସୁଯୋଗ ମିଳିଥିଲା ଯାହା ହୋଇଗଲା ହାତଛଡ଼ା, ଏବଂ ମିଳିଲା କେବଳ ସାମାନ୍ୟ କିଛି ଫାଇଦା ଯାହାକି ଲୋକାଭିମୁଖୀ ପରିବର୍ତ୍ତନ ପାଇଁ ଆଦୌ ଯଥେଷ୍ଟ ନୁହେଁ । କଣ୍ଢେଇ ନାଚରେ ମୁଖ୍ୟ ହେଉଛି ସୁତା ଭିଡ଼ି ନାଚ କରାଉଥିବା ବ୍ୟକ୍ତିଟି ଯିଏକି ସବୁ ଭୁଲ ଠିକ କାମ ପାଇଁ ସମ୍ପୂର୍ଣ୍ଣ ଦାୟୀ l ଆନ୍ଦୋଳନଟି ସେଇ ଲୋକମାନଙ୍କୁ ଗାଡିଚ୍ୟୁତ କରି ଦେଇ ଥିଲେ ପୁନଃସ୍ଥାପନ ହୋଇ ଥାଆନ୍ତା ଦେଶର ଦିବ୍ୟ, ଗ୍ରହଣୀୟ ଗଣତାନ୍ତ୍ରିକ ମର୍ଯ୍ୟାଦା l ଧର୍ମେନ୍ଦ୍ରଙ୍କ ଭଳି ଆହୁରି କେତେ ଆସିବେ ଯିବେ କିନ୍ତୁ ଖେଳ କରୁଥିବା ଏକଚାଟିଆ ସରକାରୀ ରାଜନେତାଙ୍କର କୌଣସି ଡର ରହିବ ନାହିଁ l ସରକାରୀ ଦଳ ପ୍ରତିଜ୍ଞାରୁ ଓହରି ଯିବେ ଅଦାଲତି ଚାପର ଆଳ ଦେଖାଇ l ଅସରପା ଦଳରେ ପଶି ପଇସାରେ କିଣିନେବେ ମୁଖିଆ ମାନଙ୍କୁ, ଭାଙ୍ଗି ଦେବେ ଏକତା l ମୋଦି-ଶାହାଙ୍କର ମିଳିତ ବୁଦ୍ଧି ଖୁବ ଧାରୁଆ l ଭଗବାନ କରନ୍ତୁ, ଜେନ ଜେଡ ପୁଣି ଏକତ୍ରିତ ହୋଇ ଦେଶକୁ ବଞ୍ଚାନ୍ତୁ ଏକଛତ୍ରବାଦୀ, ପ୍ରତିଶୋଧ ପରାୟଣ ସରକାରୀ ମୁଖିଆ ମାନଙ୍କଠାରୁ l
What's Your Reaction?