ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ, କ୍ଷମା ମାଗିଲେ ନିଶିକାନ୍ତ ଦୁବେ
ଶେଷରେ ମୁଣ୍ଡ ନୁଆଁଇଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଝାଡ଼ଖଣ୍ଡ ବିଜେପି ସାଂସଦ ନିଶିକାନ୍ତ ଦୁବେ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପନ ପରେ, ସାମାଜିକ ଗଣମାଧ୍ୟମରେ ନିଜର ଭୁଲ୍ ସ୍ୱୀକାର କରି ଦୁବେ ଲେଖିଛନ୍ତି ଯେ, ଗତ ସପ୍ତାହରେ ନେହେରୁ-ଗାନ୍ଧୀ ପରିବାରର କାର୍ଯ୍ୟକଳାପ ଉପରେ ବୟାନ ଦେଲା ବେଳେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ଉପରେ ମଧ୍ଯ କିଛି କଥା କହିଥିଲେ । ତେବେ ତାଙ୍କ ବୟାନକୁ ନେଇ ବାହାର କରାଯାଇଥିଲା ଭୁଲ ଅର୍ଥ । ସେ ଯାହା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ଟିପ୍ପଣୀ । ସେ ଆହୁରି କହିଛନ୍ତି ଯେ, ବିଜୁ ବାବୁ ଜଣେ ଚମତ୍କାର ବ୍ୟକ୍ତିବିଶେଷ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ କରୁଛି ନିସର୍ତ୍ତ କ୍ଷମା ପ୍ରାର୍ଥନା ।
What's Your Reaction?